Sunday, March 2, 2025
spot_imgspot_imgspot_imgspot_img
Homeରାଜନୀତି୨୦୨୫-୨୬ ରାଜ୍ୟ ବଜେଟ

୨୦୨୫-୨୬ ରାଜ୍ୟ ବଜେଟ

ଆଜି ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ଉପସ୍ଥାପିତ ହେବ ।

ଆଜି ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ଉପସ୍ଥାପିତ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ଗୃହରେ ବଜେଟ ଆଗତ କରିବେ । ଏଥର ବଜେଟ ପାଖପାଖି ୧୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ଏଥରକ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଟଙ୍କା ଛୁଇଁପାରେ । ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ହଜାରରୁ ଅଧିକ କୋଟି ଟଙ୍କା ଋଣ କରିବାକୁ ପଡ଼ିଥିଲା । ସେହିପରି ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ବାରବାଟୀ ଅବ୍ୟବସ୍ଥା, ଆଇନ ଶୁଙ୍ଖଳା, କେନ୍ଦ୍ର ଅବହେଳା ପରି ଅନେକ ପ୍ରସଙ୍ଗ ଉଠିପାରେ । ଶାସକ ଦଳ ମଧ୍ୟ ବହୁ ପ୍ରସଙ୍ଗ ଉଠାଇପାରେ । ବିରୋଧୀ ବିଜେଡି ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଅନୁଦାନ ନଥିବା ନେଇ ବିରୋଧି ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଥିଲେ । ତେଣୁ ଏଥର ରାଜ୍ୟ ବଜେଟ ପେଡ଼ିରେ କଣ ରାଜ୍ୟବାସୀଙ୍କ ପାଇଁ ରହିଛି ତାହା ଉପରେ ସମସ୍ତଙ୍କ ନଜର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments