Saturday, March 1, 2025
spot_imgspot_imgspot_imgspot_img
Homeରାଜନୀତିସୁଭଦ୍ରା ପ୍ଲସ୍ ଯୋଜନା ଘୋଷଣା କଲେ ସରକାର

ସୁଭଦ୍ରା ପ୍ଲସ୍ ଯୋଜନା ଘୋଷଣା କଲେ ସରକାର

ସୁଭଦ୍ରା ପ୍ଲସ୍ ଯୋଜନା ଘୋଷଣା କଲେ ସରକାର

ଆରମ୍ଭ ହେବ ସୁଭଦ୍ରା ପ୍ଲସ୍ ଯୋଜନା । ସୁଭଦ୍ରାପ୍ଲସ୍ ଯୋଜନା ଅଧିନରେ କେତେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସୁଭଦ୍ରାପ୍ଲସ୍ ଯୋଜନା ଅଧିନରେ କେତେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯିବ । ସେସବୁ ମଧ୍ୟରେ ରହିଛି କିଶୋରୀ ସୁଭଦ୍ରା, ସୁଭଦ୍ରା ସଂଚୟ, ସୁଭଦ୍ରା ସୁରକ୍ଷା, ସୁଭଦ୍ରା ସାକ୍ଷୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, କୁହ ସୁଭଦ୍ରା (କଲ୍ ସେଣ୍ଟର), ସୁଭଦ୍ରା ସହଯୋଗୀ, ସୁଭଦ୍ରା ସ୍କଲାର, ସୁଯୋଗ୍ୟ ସୁଭଦ୍ରା । ସୁଭଦ୍ରା ଯୋଜନା ପାଇଁ ବଜେଟରେ ମୋଟ ୧୦,୧୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସୁଭଦ୍ରା ସୁରକ୍ଷା ଯୋଜନା ଆରମ୍ଭ କରାଯିବ । ଏହି ଯୋଜନା ପାଇଁ ୧୫୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏପର୍ଯ୍ୟନ୍ତ ପ୍ରାୟ ୯୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପାଇଛନ୍ତି ଓ ଏବାବଦରେ ସରକାର ପ୍ରାୟ ୪୯୦୦ କୋଟି ଟଙ୍କା ବ୍ୟୟ କରିସାରିଲେଣି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments