Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜସୁନା ଖଣିରେ ଭର୍ତ୍ତି ଓଡିଶା !

ସୁନା ଖଣିରେ ଭର୍ତ୍ତି ଓଡିଶା !

ଓଡିଶାରେ ଠାବ ହୋଇଛି ଏକାଧିକ ସୁନା ଖଣି । ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ମାଟି ତଳେ ଖୁନ୍ଦି ହୋଇ ରହିଛି ସୁନା । ଦେବଗଡ଼ ପରେ ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ ଓ ସମ୍ବଲପୁରରେ ବି ମିଳିଲାଣି ସୁନାର ସନ୍ଧାନ । ପୂର୍ବରୁ ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ମିଳିଥିଲା ସୁନାଖଣି । ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ତମ୍ବା ପଥର ପାଇଁ ଜି-୨ ସ୍ତରରେ ଅନ୍ଵେଷଣ ବେଳେ ସୁନାପଥରର ସନ୍ଧାନ ମିଳିଥିଲା । ଏବେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ସୂଚନା ମିଳିଛି । ଏଯାଏଁ ୧୫୦୦ କିଲୋଗ୍ରାମରୁ ଅଧିକ ସୁନାର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି, ଧୂସୁରା ପାହାଡ଼ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ଵେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି ମନ୍ତ୍ରୀ । ଗୋଟିଏ ପରେ ଗୋଟିଏ ସୁନା ଖଣିର ସନ୍ଧାନ ମିଳିବା ରାଜ୍ୟ ପାଇଁ ଖୁସି ଖବର । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଏହା ଲାଭଦାୟକ ହେବ । ତେଣୁ ସରକାରୀସ୍ତରରେ ସୁନାଖଣିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ବୋଲି କୁହାଯାଇପାରେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments