Saturday, March 1, 2025
spot_imgspot_imgspot_imgspot_img
Homeରାଜନୀତିସରକାରଙ୍କ ଉପରେ ଅସନ୍ତୋଷ ମହିଳା !

ସରକାରଙ୍କ ଉପରେ ଅସନ୍ତୋଷ ମହିଳା !

ସରକାରଙ୍କ ଉପରେ ଅସନ୍ତୋଷ ମହିଳା !

ମହିଳାଙ୍କ ଗର୍ଜନରେ କମ୍ପୁଛି ରାଜଧାନୀ ଗାନ୍ଧୀମାର୍ଗ । ଲୋୟର ପିଏମଜିରେ ଧାରଣା ଦେଉଛନ୍ତି ହଜାର ହଜାର ମହିଳା । ଗୋଟେପଟେ ସରକାରଙ୍କ ପ୍ରତାରଣା ପେଡି ଖୋଲିଲେଣି ଉଜ୍ଜଳା ଦିଦି । ଅନ୍ୟପଟେ କ୍ଷୋଭ ପ୍ରକାଶ କଲେଣି ମିଶନଶକ୍ତି ମାଆ । ଦିନେ ମହିଳାଙ୍କୁ ନିଜର ମୁଖ୍ୟ ଅସ୍ତ୍ର କରିଥିଲେ ନବୀନ ସରକାର । ନବୀନ ସରକାରରେ ସ୍ବାବଲମ୍ବୀ ହୋଇଥିବା ମହିଳା ଆଜି ରାଜରାସ୍ତାରେ କାନ୍ଦୁଛି । ନୂଆ ସରକାରଙ୍କ ବିରୁଧରେ ଆସିଛି ଗଣ୍ଡା ଗଣ୍ଡା ଅଭିଯୋଗ । ଯଦି ଦାବୀ ପୂରଣ ନ ହୁଏ ଆନ୍ଦୋଳନ ଜାରି ରହିବା ସହ ସରକାରଙ୍କୁ ଆଗାମୀ ଦିନରେ ଉତ୍ତର ଦେବୁ ବୋଲି ଚେତାବନୀ ଦେଲେଣି ରାଜ୍ୟ ମାଆ ।
ବିଧାନସଭା ସମ୍ମୁଖରେ ଗୋଟେପଟେ ଗର୍ଜୁଛନ୍ତି ମିଶନଶକ୍ତି ମହିଳା ଅନ୍ୟପଟେ କମ୍ପନ କରୁଛନ୍ତି ଉଜ୍ଜଳା ଦିଦି । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏକାଧିକ ଦାବୀ ଉଠାଇ ସରକାରଙ୍କ ପ୍ରତାରଣା ପେଡି ଖୋଲିଛନ୍ତି ଉଜ୍ଜଳା କର୍ମୀ । ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି । ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଖରାଶୀତରେ ଖଟାଇବା ପରେ ମୋହନ ସରକାର ଉଜ୍ଜଳା ଦିଦିଙ୍କ ମହତ ଭୁଲିୟାଇଛନ୍ତି ବୋଲି ଅଭିୟୋଗ ହୋଇଛି । ତେବେ ସରକାର ଯଦି ରାଜ୍ୟର ମହିଳାଙ୍କୁ ଏଭଳି ଅଣଦେଖା କରନ୍ତି ତେବେ ପଞ୍ଚାୟତ ନିର୍ବାଚନରେ ଏହା ସରକାରଙ୍କୁ ଭାରି ପଡିବ ବୋଲି ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments