ବର୍ତ୍ତମାନ ଧିରେ ଧିରେ ଶସ୍ତା ହେଉଛି ସୁନା । ସୁନାର ବର୍ଦ୍ଧିତ ଦରରେ ଏବେ ରାଗିଛି ରୋକ । ଅଗଷ୍ଟ ମାସରୁ ସୁନା ମୂଲ୍ୟ ବଢୁଥିବା ବେଳେ ଏବେ ଏଥିରେ ବ୍ରେକ ଲାଗିଛି । କିଛି ଦିନ ତଳେ ସୁନା ମୂଲ୍ୟ ସବୁଠୁ ଉଚ୍ଚାରେ ପହଁଚିଥିଲା । ମାତ୍ର ଏକ ସପ୍ତାହ ମଧ୍ୟରେ ସୁନା ଦର ଅନେକ ହ୍ରାସ ପାଇଛି । ସୁନା ସହିତ ରୂପା ଦାମରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଗତ ନଭେମ୍ବର ୧୧ ତାରିଖରେ ସୁନା ମୂଲ୍ୟ ୭୫,୩୫୧ ଟଙ୍କା ରହିଥିଲା । ଡିସେମ୍ବର ୫ ତାରିଖ ସୁଦ୍ଧା ଏକ୍ସପାୟରୀ ଥିବା ୧୦ ଗ୍ରାମ ସୁନାର ମୂଲ୍ୟ ୭୫,୩୫୧ ଟଙ୍କାରେ ପହଞ୍ଚିଥିଲା । ତେବେ ସପ୍ତାହ ଶେଷ(ନଭେମ୍ବର ୧୫) ସୁଦ୍ଧା ୧୦ ଗ୍ରାମ ସୁନାର ମୂଲ୍ୟ ୭୩,୯୪୬ ଟଙ୍କାରେ ପହଞ୍ଚିଛି । ଗୋଟିଏ ସପ୍ତାହରେ ସୁନାର ମୂଲ୍ୟ ପ୍ରାୟ ୧୦ ଗ୍ରାମ ପିଛା ୧୪୦୫ ଟଙ୍କା ହ୍ରାସ ପାଇଛି । କେବଳ ସୁନା ନୁହେଁ, ରୂପା ଦାମରେ ମଧ୍ୟ ଏହି ସପ୍ତାହରେ ହ୍ରାସ ରେକର୍ଡ କରାଯାଇଛି । ୧ କି.ଗ୍ରା ରୂପାର ମୂଲ୍ୟ ୮୯, ୧୮୨ ଟଙ୍କାରେ ପହଞ୍ଚିଥିଲା । କିନ୍ତୁ ସପ୍ତାହର ଶେଷ ବ୍ୟବସାୟ ଦିନ ସୁଦ୍ଧା ଏହି ମୂଲ୍ୟ ପ୍ରତି କିଲୋ ୮୮,୪୨୧ ଟଙ୍କାରେ ପହଞ୍ଚିଛି । ତେବେ ଏହି ସପ୍ତାହରେ ରୂପାର ମୂଲ୍ୟ କିଲୋ ପିଛା ୭୬୧ ଟଙ୍କା ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସହିତ ସୁନା ମୂଲ୍ୟରେ ଏକ ବଡ ହ୍ରାସ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନଭେମ୍ବର ୧୪ ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୪୦ ଟଙ୍କାକୁ ଖସି ଆସିଛି, ଯାହା ୩ ବର୍ଷ ମଧ୍ୟରେ ସବୁଠାରୁ ଖରାପ ସପ୍ତାହ ବୋଲି ପ୍ରମାଣିତ ହୋଇଛି। ନଭେମ୍ବର ୮ ରେ ଏହା ୧୦ ଗ୍ରାମ ପିଛା ୭୭,୩୮୨ ଟଙ୍କା ଥିଲା, ଅର୍ଥାତ୍ ଏଠାରେ ମଧ୍ୟ ୧୦ ଗ୍ରାମ ପିଛା ୩,୬୪୨ ଟଙ୍କା ଶସ୍ତା ହୋଇଛି । ଯଦି ଆମେ ଘରୋଇ ବଜାରରେ ଅନ୍ୟ ଗୁଣାତ୍ମକ ସୁନା ମୂଲ୍ୟକୁ ଦେଖିବା, ୨୨ କ୍ୟାରେଟ୍ ସୁନା ୭୧,୯୭୦/୧୦ ଗ୍ରାମ, ୨୦ କ୍ୟାରେଟ୍ ସୁନା ୬୫,୬୩୦ / ୧୦ ଗ୍ରାମ ଏବଂ ୧୮ କ୍ୟାରେଟ୍ ସୁନା ୫୯,୭୩୦/୧୦ ଗ୍ରାମରେ ଆସିଛି ।