Friday, January 31, 2025
spot_imgspot_imgspot_imgspot_img
Homeରାଜନୀତିରାସନକାର୍ଡ ହିତାଧିକାରୀଙ୍କୁ ମିଳିଲା ଆଶ୍ବସ୍ତି !

ରାସନକାର୍ଡ ହିତାଧିକାରୀଙ୍କୁ ମିଳିଲା ଆଶ୍ବସ୍ତି !

ରାସନକାର୍ଡ ହିତାଧିକାରୀଙ୍କୁ ମିଳିଲା ଆଶ୍ବସ୍ତି !

ଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ଆଶ୍ବସ୍ତି ଦେଲେ ମୋହନ ସରକାର । ଏଣିକି ଇ-କେଓ୍ବାଇସି କରାଇନଥିଲେ ମଧ୍ୟ ମିଳିବ ରାସନ । କାରଣ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ e-KYC ଅବଧି ବଢାଇଲେ ସରକାର। ପାଖ EPS କିମ୍ବା ରାସନ ଯୋଗାଣ କେନ୍ଦ୍ରରେ e-KYC କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପୂର୍ବରୁ ଜାନୁଆରୀ ୧୫ ତାରିଖ ଯାଏ ଏହି ତାରିଖ ଥିଲା ବେଳେ ଆସନ୍ତା ୩୧ ଯାଏଁ e-KYC ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି। ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇ-କେୱାଇସିରୁ ରାଜ୍ୟ ସରକାର ପାଇଛନ୍ତି ବଡ଼ ସଫଳତା। ଧରାପଡିଛନ୍ତି ଭୂତ ରାସନ କାର୍ଡଧାରୀ। ବର୍ଷ ବର୍ଷ ଧରି ସରକାରୀ ଯୋଜନାକୁ କରି ଚାଲୁଥିଲେ ହଡ଼ପ। ଜାଲ୍ ହିତାଧୀକାରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି। ଏହା ସହିତ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗୋଟେ ଗୋଟେ ଜିଲାରୁ ବାହାରିଛନ୍ତି ପାଖାପାଖି ଦେଢ ଲକ୍ଷ ଭୂତ ହିତାଧୀକାରୀ। ସେମାନଙ୍କୁ ବାନ୍ଧିବା ଏବଂ ତାଙ୍କ ପଛରେ ଥିବା ବାବୁଙ୍କୁ ଏନେଇ ମହଙ୍ଗା ପଡ଼ିପାରେ। ବିଜେଡି ପାଇଁ ସୃଷ୍ଟି ହୋଇପାରେ ଆଡୁଆ। କାହିଁକି ନା ନବୀନ ସରକାରର ୨୪ବର୍ଷ ଭିତରେ ଭୂତ ହିତାଧିକାରୀ ଯୋଡ଼ିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments