Sunday, March 2, 2025
spot_imgspot_imgspot_imgspot_img
Homeରାଜନୀତିମୋହନ ସରକାରଙ୍କ ବଜେଟ ଛୁଇଁଲା ୨ଲକ୍ଷ ୯୦ ହଜାର କୋଟି

ମୋହନ ସରକାରଙ୍କ ବଜେଟ ଛୁଇଁଲା ୨ଲକ୍ଷ ୯୦ ହଜାର କୋଟି

ମୋହନ ସରକାରଙ୍କ ବଜେଟ ଛୁଇଁଲା ୨ଲକ୍ଷ ୯୦ ହଜାର କୋଟି

ଚଳିତ ଥର ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ଘଣ୍ଟା ୪୩ ମିନିଟର ବଜେଟ ଭାଷଣ ପଡିଛନ୍ତି ମୋହନ ମାଝୀ । ଚଳିତ ଥର ମୋଟ୍ ବଜେଟ୍‌ ପରିମାଣ ୨ଲକ୍ଷ ୯୦ହଜାର କୋଟି ରହିଛି । ବିଧାୟକ କଲ୍ୟାଣ ପାଣ୍ଠିକୁ ୩ କୋଟିରୁ ବଢାଯାଇ ୫ କୋଟି କରାଯାଇଛି ।

ଏଗ୍ରିକଲଚର
୧୪ ହଜାର ୮୬୧ କୋଟି ଟଙ୍କାର କୃଷି ବଜେଟ୍‌
ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା
ସିଏମ୍ କିସାନ ଯୋଜନାର ୨ ହଜରା ୨୦ କୋଟି
ଶସ୍ୟ ବିବିଧତା କାର୍ୟ୍ୟକ୍ରମ ପାଇଁ ୬୯୫ କୋଟି
ଶ୍ରୀଅନ୍ନ ଅର୍ଥାତ୍ ମିଲେଟ୍ ପାଇଁ ୬ଶହ କୋଟି
ଶୀତଳଭଣ୍ଡାର ପାଇଁ ବ୍ୟୟ ବରାଦ ୨୫୨ କୋଟି ଟଙ୍କା
୫୮ ଉପଖଣ୍ଡରେ ନୂତନ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ
ଅଚଳ ଶୀତଳଭଣ୍ଡାରରୁ ପୁନରୁଦ୍ଧାର କରାଯିବ
କୃଷି ଗବେଷଣା ବିଶ୍ୱ ବିଦ୍ୟାଳୟ ଓୟୁଏଟି ପାଇଁ ୫୧୧ କୋଟି
ଜଳେସେଚନ ପାଇଁ ବ୍ୟୟବରାଦ ୧୪ ହଜାର ୮୯୫ କୋଟି
ଚଳିତ ବର୍ଷ ସରିବ କାନପୁର ଡ୍ୟାନ ଓ ସ୍ପିଲ୍‌ୱେ କାମ
ହୀରାକୁଦ କେନାଲ ନବୀକରଣ ପାଇଁ ଖର୍ଚ୍ଚ ୮୫୦ କୋଟି

ସିଏମ୍‌ ପୋଷଣ

ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି
ଛାତ୍ରଛାତ୍ରୀଙ୍କ ପୁଷ୍ଟିସାଧନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ
ମଧ୍ୟାହ୍ନ ଭୋଜନ ପରିସରଭୁକ୍ତ ହେବେ ନବମ ଓ ଦଶମ ଶ୍ରେଣୀ ପିଲା
ସରକାରୀ ଓ ଅନୁଦାନପ୍ରପ୍ତ ବିଦ୍ୟାଳୟର ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ
ସମସ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଗୋଟିଏ ଅତିରିକ୍ତ ଅଣ୍ଡା ଦିଆଯିବ
୩ଟି ପ୍ରୋଟିନ୍, ଆଇରନ୍‌ ଭରପୁର ଲଡ଼ୁ ଯୋଗାଇ ଦିଆଯିବ
ରୋଷେୟା ଓ ସହାୟିକାଙ୍କ ମାସିକ ପାରିତୋଷିକ ରାଶି ବୃଦ୍ଧି ନିଷ୍ପତ୍ତି

ପଞ୍ଚସଖା ଶିକ୍ଷା ସେତୁ

ମୋ ସ୍କୁଲ ଢାଞ୍ଚାରେ ପଞ୍ଚସଖା ଶିକ୍ଷ ସେତୁ ଅଭିଯାନ
ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ
ପୂରାତନ ଛାତ୍ରଛାତ୍ରୀ ଓ କର୍ପୋରେଟ୍ ସଂସ୍ଥା ଡୋନେସନ୍‌ର ଦୁଇ ଗୁଣା ଦେବେ ସରକାର
ଏଥିରେ ଉନ୍ନତ ଶ୍ରେଣୀଗୃହ ଏବଂ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ହେବ
ମଧ୍ୟାହ୍ମ ଭୋଜନ ହଲ୍‌, ରୋଷେଇ ଘର ରହିବ
ମୁକ୍ତାକାଶ ପ୍ରେକ୍ଷାଳୟ ଓ ପ୍ରାର୍ଥନା ଗୃହ ବ୍ୟବସ୍ଥା କରାଯିବ
ପାନୀୟ ଜଳ ସୁବିଧା ଓ ଖେଳ ପଡ଼ିଆ ରହିବ
ଏହା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବ
ଏହି ଯୋଜନା ପାଇଁ ବ୍ୟୟବରାଦ ୧୪୦ କୋଟି ଟଙ୍କା

ପକ୍କା ଘର

ଛାତଘର ପ୍ରତ୍ୟେକ ପରିବାରର ଆବଶ୍ୟକତା ଓ ଅଧିକାର
ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ମିଳିବ ପକ୍କାଘର
ପ୍ରଧାନମନ୍ତ୍ରୀ ଆବାସ ଯୋଜାନା ଗ୍ରାମୀଣରେ ୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ
ଏଥିପାଇଁ ବଜେଟ୍‌ରେ ୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ
ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ ପାଇଁ ପିଏମ୍ ଜନମନ ଯୋଜନା
ଏହି ଯୋଜନାରେ ଗୃହ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କା ଆବଣ୍ଟନ
ଗୃହ ନିର୍ମାଣ ପାଇଁ ବଜେଟ୍‌ରେ ଅନ୍ତୋର୍ଦୟ ଗୃହ ଯୋଜନା ଘୋଷଣା
ଏହି ଯୋଜନାରେ ବ୍ୟୟବରାଦ ୨ହଜାର ୬୦୩ କୋଟି

କନ୍ୟା ବିବାହ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
ଗରିବ ଝିଅଙ୍କ ସାମୁହିକ ବିବାହ ଆୟୋଜନ କରାଯିବ
ସବୁଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
ଏଥିପାଇଁ ବଜେଟ୍‌ରେ ୧୨ କୋଟି ଟଙ୍କା ବ୍ୟୟବରାଦ
ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ଵିକା ନାଁରେ ନୂଆ ଯୋଜନା

ରାଜ୍ୟ ବଜେଟ୍

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି।
ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି
ଓଡ଼ିଶା ପୁଷ୍ଟି ମିଶନ ପ୍ରତିଷ୍ଠା ପାଇଁ ୧୦୦ କୋଟି
ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନା
ଏଥିପାଇଁ ବ୍ୟୟବରାଦ ୮୫ କୋଟି ଟଙ୍କା
ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ
ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୧୯୩ କୋଟି
ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି
ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ
ଏଥିପାଇଁ ୧ହଜାର ୧୮୦ କୋଟି ବ୍ୟୟ ବରାଦ
କୃଷିଭିତ୍ତିକ ଜ୍ଞାନ କୌଶଳ, IT, ITES ଓ ସେମିକଣ୍ଡକ୍ଟର ପ୍ରୟୋଗ ଉପରେ ତାଲିମ ଦିଆଯିବ
ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
ଅଟଳ ବସଷ୍ଟାଣ୍ଡ ପାଇଁ ୧ ହଜାର ୨୬୬ କୋଟି
ସମୃଦ୍ଧ ସହର ପାଇଁ ୪୦୮ କୋଟି
ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments