ବିଜେପି ସରକାର କରିବା ପରେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହେଉ ଅବା ରାଜନୈତିକ କାର୍ଯ୍ୟକ୍ରମ ସବୁରେ ଆଗ ଯୋଗ ଦେଉଛନ୍ତି ନରେନ୍ଦ୍ର ମୋଦି । ତେବେ ଆରି ଭିତରେ ଅର୍ଥାତ ଜାନୁଆରୀ ମାସରେ ଲଗାତାର ୨ ୨ ଥର ଓଡ଼ିଶା ଆସି ରାଜନୈତିକ ଚର୍ଚାକୁ ତୀବ୍ରତର କରିଛନ୍ତି । ପ୍ରଥମେ ଜାନୁୟାରୀ ୮ ଓ ପରେ ଜାନୁୟାରୀ ୨୮ ଅର୍ଥାତ ଆଜି, ତାରିଖ ଭିତରେ ବ୍ୟବଧାନ ଦେଖିଲେ ମାତ୍ର ୨୦ ଦିନ । ମୋହନ ସରକାରଙ୍କ ଶପଥ ସମାରୋହ, ସୁଭଦ୍ରା ଯୋଜନାର ଶୁଭାରମ୍ଭ, ପ୍ରବାସୀ ଭାରତୀୟ ଦିବସ ପରେ ଏବେ ଉତ୍କର୍ଷ ଓଡିଶା କନକ୍ଲେଭ । ରାଜ୍ୟର ବିକାଶ ଏବଂ ପ୍ରଗତି ପଥରେ ଏହି ଗସ୍ତର ପ୍ରଭାବ ନିଶ୍ଚୟ ରହିଛି ହେଲେ ତା ସହିତ ମୋଦିଙ୍କର ଓଡ଼ିଶା ଭୋଟ ହାତେଇବା ମଧ୍ୟ ଉଦେଶ୍ୟ ରହିଛି । କାରଣ ଆଗକୁ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ । ଆଉ ସେଥିପାଇଁ ଏବେଠୁ ପ୍ରସ୍ତୁତ ହେଲେଣି ଉଭୟ ୩ ପ୍ରମୁଖ ଦଳ । ଭିତିରିଆ ରଣନୀତି ମଧ୍ୟ ପ୍ରସ୍ତୁତ ହେଲାଣି ବୋଲି ଆଲୋଚନା ହେଉଛି । ମୋଦିଙ୍କ ଓଡ଼ିଶା ଗସ୍ତ ଓଡ଼ିଶାର ପ୍ରଗତି ଏବଂ ବିକାଶ ପାଇଁ ଏହା ଅନୁକୂଳ ସଂକେତ ଦେଉଥିବା ବେଳେ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଏହା ଏକ ଅଦୃଶ୍ୟ ବ୍ରହ୍ମାସ୍ତ୍ର ବୋଲି ରାଜନୈତିକ ସମୀକ୍ଷକମାନେ ଗଣନା କରୁଛନ୍ତି । ଖୁବଶୀଘ୍ର ଓଡ଼ିଶା ବିକାଶ କଳ୍ପନା ବାହାରେ ପହଞ୍ଚିଯିବ। ଦେଶର ଦ୍ରୁତ ପ୍ରଗତି କେବଳର ମାଟେରିଆଲ ଯୋଗୁଁ ସମ୍ଭବ ହେବନି । ବନ୍ଦର ବିକାଶରେ ଦେଶର ଶୀର୍ଷ ରାଜ୍ୟ ସହ ସମାନ ହେବ ଓଡ଼ିଶା। ନୂଆ ଷ୍ଟାର୍ଟ-ଅପକୁ ପ୍ରୋତ୍ସାହନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଆଧୁନିକ ଇକୋ ସିଷ୍ଟମ ନିର୍ମାଣ ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଶିଳ୍ପରେ ସଶକ୍ତ ହେଲେ ଉତ୍କର୍ଷ ହେବ ଓଡ଼ିଶା। ସେହିପରି ବିକଶିତ ଭାରତ ନିର୍ମାଣରେ ଓଡ଼ିଶାର ବଡ଼ ଭାଗିଦାରୀ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ପତନ ପରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିଛି । ଆଉ ଓଡିଶାରେ ବିଜେପି ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଆସିବା ଯିବା ବି ବଢିଛି । ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେପିକୁ ଏହି ଗସ୍ତ ବୁଷ୍ଟରଡୋଜ୍ ଦେବା ଭଳି କାମ କରିବା ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ମୋଦିଙ୍କ ଏହି ଗସ୍ତ ଓଡ଼ିଶାର ବିଜେପି ନେତାଙ୍କୁ ଅଧିକ ସକ୍ରିୟ କରିବାରେ କେତେ ସହାୟକ ହେଉଛି ।
ମୋଦିଙ୍କୁ ରହିଛିକି ନବୀନଙ୍କ ଭୟ ?
ମୋଦିଙ୍କୁ ରହିଛିକି ନବୀନଙ୍କ ଭୟ ?