ମିଳିନି କି ସୁଭଦ୍ରା ଟଙ୍କା କରନ୍ତୁ ଏହି କାମ !
ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରୁ ବାଦ୍ ପଡିଛନ୍ତି । କିନ୍ତୁ ଯେଉଁମାନେ ବାଦ୍ ପଡିଛନ୍ତି ସେମାନଙ୍କୁ ବି ସୁଭଦ୍ରା ଟଙ୍କା ମିଳିବ । ଯଦି ଯୋଗ୍ୟ ହିତାଧିକାରୀ କୌଣସି କାରଣରୁ ବାଦ୍ ପଡିଛନ୍ତି ତେବେ ସେମାନେ ବି ଟଙ୍କା ପାଇବେ । ଡକ୍ୟୁମେଣ୍ଟରେ ଯଦି କୌଣସି ତ୍ରୁଟି ଥାଏ ତେବେ ସଂଶୋଧନ କରିବା ପରେ ସେମାନଙ୍କୁ ଟଙ୍କା ମିଳିବ । ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ପୁଣି ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ଟଙ୍କା ପାଇ ପାରିନାହାନ୍ତି ସେମାନଙ୍କ ପାଇଁ ବଡ ସୂଚନା ରହିଛି । ଟଙ୍କା ପାଇନଥିବା ମହିଳା କାହିଁକି ପାଇନାହାନ୍ତି ସେ ନେଇ କାରଣ ବି ଦର୍ଶାଇଛନ୍ତି ମୋହନ ସରକାର । ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାଙ୍କ ପାଇଁ ବଡ଼ ସୂଚନା । ଜଣାପଡ଼ିଲା ଟଙ୍କା ନ ପାଇବାର କାରଣ । ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ୱେବ୍ସାଇଟକୁ ଯାଇ ଏହାର କାରଣ ଜାଣିପାରିବେ । ସୁଭଦ୍ରା ପୋର୍ଟାଲରେ ଏ ନେଇ ନୂଆ ଫିଚର ଆସିଛି । ଯେଉଁଥିରେ ସମସ୍ତ ତଥ୍ୟ ରହିଛି । ଜନସେବା କେନ୍ଦ୍ରରେ ବି ଏ ନେଇ ପାଇପାରିବେ ତଥ୍ୟ । ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ତଥ୍ୟ ମେଳ ଖାଉନଥିଲେ ସୁଭଦ୍ରା ଆବେଦନ ଖାରଜ ହୋଇଯିବ । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭୁଲ ଆଧାର ତଥ୍ୟ ଦିଆଯାଇଥିବ ତେବେ ଆବେଦନ ରିଜେକ୍ଟ ହୋଇଯିବ । ସେହିଭଳି ଅନେକ ହିତାଧିକାରୀଙ୍କ E-KYC ହୋଇନଥିବାରୁ ସେମାନେ ବି ସୁଭଦ୍ରା ତାଲିକାରୁ ବାଦ୍ ପଡିଛନ୍ତି । ଅଯୋଗ୍ୟ ତାଲିକାରେ ସେମାନଙ୍କ ନାଁ ରହିଛି । ବିସ୍ତୃତ ତଥ୍ୟ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ପାଇପାରିବେ ହିତାଧିକାରୀ । କେବଳ ସେତିକି ନୁହେଁ ନାଁ କିମ୍ବା ଅନ୍ୟ ତଥ୍ୟ ମେଳ ଖାଉନଥିଲେ ବି ସୁଭଦ୍ରା ତାଲିକାରୁ ଅଯୋଗ୍ୟ ଘୋଷିତ ହେବେ । ଆଉ ବଡ କଥା ହେଉଛି ତଥ୍ୟ ସଂଶୋଧନ କଲା ପରେ ପୁନଶ୍ଚ ଆବେଦନ କରି ସୁଭଦ୍ରା ଟଙ୍କା ପାଇପାରିବେ । ଆସନ୍ତା ନଭେମ୍ବର ୨୪ ତାରିଖରେ ମିଳିବ ସୁଭଦ୍ରାର ଟଙ୍କା । ପ୍ରଥମ ପର୍ଯ୍ୟାୟର ୩ୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ । ସୁଭଦ୍ରା ପୋର୍ଟାଲରେ ପୂରା ସୂଚନା ରହିଥିବା ବେଳେ ଆବେଦନ କରୁଥିବା ହିତାଧିକାରୀ ସବୁକିଛି ଜାଣିପାରିବେ ।