ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ପୃଥିବୀଠାରୁ ୪୦୯ କିଲୋମିଟର ଦୂରରେ ଅବସ୍ଥିତ । ଯାହା ଗତ ୨୫ ବର୍ଷ ଧରି ସାରା ବିଶ୍ୱର ମହାକାଶଚାରୀଙ୍କ ସୁବିଧା ସୁଯୋଗ ଦେଇଆସୁଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଋଷ୍ ରିସର୍ଚ୍ଚ ଲ୍ୟାବରେ ଏହାର ପରିଚାଳନା ହେଉଛି । ମହାକାଶରେ ୯ ମାସ ବିତାଇବା ସୁନିତା ୱିଲିୟମ ଏବଂ ବୁଚ୍ ୱିଲମୋରଙ୍କ ପାଇଁ ସହଜ ନଥିଲା । ଯାହା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି । ସୁନୀତା ୱିଲିୟମ ଏବଂ ବୁଚ୍ ୱିଲମୋର ୯ ମାସ ଧରି ISSରେ ବ୍ରେକଫାଷ୍ଟ ସହ ୩ ଥର ସେମାନଙ୍କୁ ସ୍ପେସ୍ ଷ୍ଟେସନରେ ଖାଇବାକୁ ମିଳୁଥିଲା । ବ୍ରେକଫାଷ୍ଟରେ ଗହମଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ । ପିଜା, ରୋଷ୍ଟ ଚିକେନ, ଚିଙ୍ଗୁଡି କଟଲେଟ ଖାଉଥିଲେ । କମ୍ ପରିମାଣର ଫଳ, ପନିପରିବା ଖାଉଥିଲେ ସୁନୀତା ଏବଂ ତାଙ୍କ ସହଯୋଗୀ । ସେଠାରେ ପ୍ୟାକିଙ୍ଗ ହୋଇଥିବା ଫଳ ଓ ପରିବା ଉପଲବ୍ଧ ରହୁଥିଲା । ପ୍ରତି ତିନି ମାସରେ ଥରେ ସ୍ପେସ୍ ଷ୍ଟେସନକୁ ଖାଦ୍ୟ ଯାଉଥିଲା । ପୃଥିବୀରେ ରନ୍ଧା ହୋଇ ଖାଦ୍ୟକୁ କଣ୍ଟେନରରେ ସେଠାକୁ ପଠାଯାଏ ଏବଂ ମହାକାଶଚାରୀମାନେ ଉକ୍ତ ଖାଦ୍ୟକୁ କେବଳ ଗରମ କରି ଖାଆନ୍ତି । ମହାକାଶଚାରୀଙ୍କୁ ସ୍ପେସକ୍ରାପ୍ଟରେ ରନ୍ଧା ହୋଇଥିବା ଖାଦ୍ୟ ଦିଆଯାଇଥାଏ । ଯାହାକି ଗରମ କରିବା ପାଇଁ ଜରୁରୀ ହୋଇଥାଏ । ମହାକାଶଚାରୀଙ୍କ ଖାଦ୍ୟ ମୁଖ୍ୟତଃ ଶୁଖିଲା ରହୁଥିଲା । ସେମାନେ ଏହି ଖାଦ୍ୟକୁ ଗରମ କରି ଖାଉଥିଲେ ମହାକାଶଚାରୀ । ମାଂସ ଓ ଅଣ୍ଡା ପୃଥିବୀରୁ ରନ୍ଧା ହୋଇ ପଠାଯାଉଥିଲା । ମହାକାଶରେ ଅଛି ଖାଇବା ପାଇଁ କକ୍ଷ, ଯେଉଁଠି ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରି ମହାକାଶଚାରୀମାନେ ଖାଆନ୍ତି । ଏକ ଚେୟାରରେ ନିଜ ନିଜକୁ ବାନ୍ଧି ସେମାନେ ସେହି ଟ୍ରେରେ ଚାମର ଏବଂ ଛୁରୀ ଜରିଆରେ ଖାଦ୍ୟ ଖାଆନ୍ତି । ସ୍ପେସ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ବି ସୁନୀତା ଏବଂ ତାଙ୍କ ସହଯୋଗୀଙ୍କ ପାଇଁ ଥିଲା । ତେବେ ୯ସେପ୍ଟେମ୍ବରର ରାତ୍ରିଭୋଜନର ଏକ ଫଟୋ ଦେଖିବାକୁ ମିଳିଥିଲା ।
ମହାକାଶରେ କଣ ଖାଉଥିଲେ ସୁନୀତା ?

RELATED ARTICLES