ସାଉଦୀ ଆରବରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ -୨୦୨୫ ପାଇଁ ମେଗା ନିଲାମୀ ଆରମ୍ଭ ହୋଇଯାଇଛି। ସାଉଦୀ ଆରବରେ ପ୍ରଥମ ଦିନରେ ଆୟାଜକ ଟିମ୍ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଛନ୍ତି । ଋଷଭ ପନ୍ତ ଚଳିତ ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଆଇପିଏଲ୍ରେ ଋଷଭ ପନ୍ତ ୧୧୧ଟି ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୩୨୮୪ ରନ୍ ସଂଗ୍ରହ କରିଛନ୍ତି। ଆଇପିଏଲ୍ରେ ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୧୨୮ ରନ୍। ସେ ୧୮ ଥର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨୯୬ଟି ଚୌକା ଓ ୧୫୬ଟି ଛକା ମାରିଛନ୍ତି । ଋଷଭ ପନ୍ତଙ୍କ ପରେ ଶ୍ରେୟସ ଆୟର ଦ୍ବିତୀୟ ସର୍ବାଧିକ ମହଙ୍ଗା ଖେଳାଳି ହୋଇଛନ୍ତି। ଶ୍ରେୟସଙ୍କୁ ପଂଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଛି। ପୂର୍ବରୁ ଆଇପିଏଲ୍ ଇତିହାସରେ ଅଷ୍ଟ୍ରେଲିଆର ଖେଳାଳି ମିଚେଲ ଷ୍ଟାର୍କ ମହଙ୍ଗା ଖେଳାଳି ଥିଲେ। ଆଇପିଏଲ୍-୨୦୪ରେ କୋଲକାତା ନାଇଟ୍ ରାଇର୍ଡସ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ କିଣିଥିଲା।
ଆଇପିଏଲ୍-୨୦୨୫ ପାଇଁ ନିଲାମରେ ସମୁଦାୟ ୫୭୭ ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୬୭ ଜଣ ଭାରତୀୟ ଏବଂ ୨୧୦ ଜଣ ବିଦେଶୀ। ଅବଶ୍ୟ, ସମସ୍ତ ୧୦ ଟିମ୍ର ସର୍ବାଧିକ ୨୦୪ ଖେଳାଳିଙ୍କ ଏକ ଖାଲି ବ୍ରାକେଟ୍ ଅଛି। ଏହାର ଅର୍ଥ ହେଉଛି ନିଲାମରେ କେବଳ ସର୍ବାଧିକ ୨୦୪ ଜଣ ଖେଳାଳି ବିକ୍ରି ହେବେ, ଯେଉଁଥିରୁ ସର୍ବାଧିକ ୭୦ ଜଣ ବିଦେଶୀ ଖେଳାଳି ହେବେ।
ସବୁଥର ପରି ୨ କୋଟି ଟଙ୍କା ହେଉଛି ସର୍ବୋଚ୍ଚ ମୂଲ୍ୟ। ଏହି ଆଧାର ମୂଲ୍ୟରେ ସମୁଦାୟ ୮୧ ଖେଳାଳି ଅଛନ୍ତି। ଏହା ବ୍ୟତୀତ ସର୍ବନିମ୍ନ ଆଧାର ମୂଲ୍ୟ ହେଉଛି ୩୦ ଲକ୍ଷ ଟଙ୍କା। ଏହା ପୂର୍ବରୁ ଏହା ୨୦ ଲକ୍ଷ ଟଙ୍କା ଥିଲା। ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିବା ଅଧିକାଂଶ ଖେଳାଳି ହେଉଛନ୍ତି ଭାରତୀୟ।
ମହଙ୍ଗା ଖେଳାଳି ଋଷଭ ପନ୍ତ
ଆଇପିଏଲ୍-୨୦୨୫: