Monday, September 8, 2025
spot_imgspot_imgspot_imgspot_img
Homeରାଜନୀତିମନେ ପଡୁଛନ୍ତି ଝଡର ଇଗଲ !

ମନେ ପଡୁଛନ୍ତି ଝଡର ଇଗଲ !

ଆଜି ମାର୍ଚ୍ଚ ୫ ତାରିଖ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ।

ଆଜି ମାର୍ଚ୍ଚ ୫ ତାରିଖ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ। ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ବିଜୁ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଶଙ୍ଖ ଭବନରେ ମଧ୍ୟ ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯିବ। ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କର ସ୍ବପ୍ନକୁ ପୂରଣ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି। ମା’କୁ ସମ୍ମାନ, ଗାଁକୁ କାମ କଥା କହିଥିଲେ ସ୍ଵର୍ଗତ ବିଜୁ ପଟ୍ଟନାୟକ। ଏହି ନୀତି ଆଦର୍ଶକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିକାଶ ଲାଗି ସର୍ବଦା ପ୍ରୟାସ ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ପ୍ରତି ବର୍ଷ ପରି ଆଜି ଶଙ୍ଖ ଭବନ ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ଏହାକୁ ଜନସେବା ଓ ବିଜୁ ଆଦର୍ଶର ସ୍ମୃତିଚାରଣ ଭାବେ ପାଳନ କରିବ ବିଜେଡି। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରଖିଛି ବିଜୁ ଜନତା ଦଳ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments