Monday, September 8, 2025
spot_imgspot_imgspot_imgspot_img
Homeରାଜନୀତିଭାଙ୍ଗିଲା 25 ବର୍ଷର ରେକର୍ଡ !

ଭାଙ୍ଗିଲା 25 ବର୍ଷର ରେକର୍ଡ !

ତାମିଲନାଡୁରେ ବିଜେଡି

ଚେନ୍ନାଇରେ ଆରମ୍ଭ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ବୈଠକ । ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ତେବେ 25 ବର୍ଷରେ ଓଡିଶା ରାଜନୀତିରେ ଏକ ନୂଆ ଘଟଣା ଘଟିଛି । ଯାହା ରାଜ୍ୟ ରାଜନୀତିରେ ହଲଚଲ କରିଛି । କାରଣ ଷ୍ଟାଲିନଙ୍କ ବୈଠକରେ ଯୋଗଦେଇ କଂଗ୍ରେସକୁ ବଳ ଯୋଗାଇଛି ବିଜେଡି । ତାମିଲନାଡୁରେ ଅନୁଷ୍ଠିତ ବୈଠକରେ ଯୋଗ ଦେବାକୁ ବିଜେଡିରୁ ଯାଇଛନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେମାନେ ଯାଇଛନ୍ତି । ସେହିପରି ବୈଠକରେ ଯୋଗଦେବା ଲାଗି ପିସିସି ସଭାପତି ଭକ୍ତ ଦାସ ମଧ୍ଯ ଚେନ୍ନାଇରେ ପହଞ୍ଚିଛନ୍ତି । ଏହି ବୈଠକରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ଯର ପ୍ରତିନିଧି ମଧ୍ଯ ଯୋଗଦେବେ । କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲଙ୍ଗାନ, ଆନ୍ଧ୍ରପ୍ରଦେଶ ଓ ଓଡିଶା। ତାମିଲନାଡ଼ୁ ମୁଖ୍ଯମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି । କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଥିଲେ ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ। ଓଡି଼ଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ। ସୂଚନା ଅନୁସାରେ ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗ ବୈଠକରେ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ ଷ୍ଟାଲିନ । ତାମିଲନାଡୁ ସାଂସଦ ଦୟାନିଧି ମାରାନ ଓ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ତେବେ ବିଜେଡି ଏହି ବୈଠକରେ ଯୋଗଦେବ କି ନାହିଁ ସେ ନେଇ ଆଲୋଚନା ଲାଗି ରହିଥିଲା । ଏବେ ସବୁ ଚର୍ଚ୍ଚାରେ ଅନ୍ତ ଘଟାଇ ତାମିଲନାଡୁରେ ପହଁଚିଛି ନବୀନ ଟିମ୍ !

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments