ଶୋଭିତା ଓ ନାଗା ଚୈତନ୍ୟଙ୍କ ବିବାହକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସାମନ୍ଥା ରୁଥ୍ ପ୍ରଭୁ ଓ ନାଗାଙ୍କ ଛାଡପତ୍ର ପରେ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଅଭିନେତା ନାଗା । ତେବେ ବର୍ତ୍ତମାନ
ବିବାହରେ ଶୋଭିତା କ’ଣ ପିନ୍ଧିବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । କୁହାଯାଉଛି ଯେ, ତାଙ୍କ ବିଶେଷ ଦିନରେ ଶୋଭିତା ପ୍ରକୃତ ସୁନା ଜରିରେ ପ୍ରସ୍ତୁତ ପାରମ୍ପରିକ କାଞ୍ଜିବରମ ରେଶମ ଶାଢ଼ି ପିନ୍ଧିବେ । ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦୁହେଁ ଡିସେମ୍ବର ୪ରେ ବିବାହ କରିବେ ବୋଲି ଜଣାପଡିଛି । ଏ ମଧ୍ୟରେ ବିବାହରେ ଶୋଭିତା କ’ଣ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | କୁହାଯାଉଛି ଯେ, ତାଙ୍କ ବିଶେଷ ଦିନରେ ଶୋଭିତା ପ୍ରକୃତ ସୁନା ଜରିରେ ପ୍ରସ୍ତୁତ ପାରମ୍ପରିକ କାଞ୍ଜିବରମ ରେଶମ ଶାଢ଼ି ପିନ୍ଧିବେ | ଏହା ସହ ଏକ ଧଳା ଖଦି ଧୋତି ସହିତ ଚୈତନ୍ୟ ଏକ ମେଳ ଖାଉଥିବା ସେଟ୍ କିଣିବାକୁ ଯୋଜନା କରିଥିବା ଜଣାଯାଇଛି | ବିବାହ ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରସ୍ତୁତିରେ ଲାଗିପଡିଛନ୍ତି ଉଭୟ ଶୋଭିତା ଓ ଚୈତନ୍ୟ |
ବିବାହରେ କଣ ପିନ୍ଧିବେ ଶୋଭିତା ?
sobhita dhulipal naga chaitanya marriage