Friday, January 31, 2025
spot_imgspot_imgspot_imgspot_img
Homeମନୋରଞ୍ଜନବିବାହକୁ ପୂରିଲା 6 ବର୍ଷ

ବିବାହକୁ ପୂରିଲା 6 ବର୍ଷ

ବିବାହକୁ ପୂରିଲା 6 ବର୍ଷ

ରଣବୀର ଏବଂ ଦୀପିକା ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଇଟାଲୀରେ କେବଳ ନିଜ ଆତ୍ମୀୟ ମାନଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହା ପରେ ବଲିଉଡ ଦମ୍ପତି ଫେରିବା ପରେ ସେମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ବିବାହ ରିସେପ୍ସନର ଆୟୋଜନ କରିଥିଲେ । ଯେଉଁଥିରେ ବଲିଉଡ ତାରକାମାନେ ଭାଗ ନେଇଥିଲେ । ବର୍ତ୍ତମାନ ଦୀପିକା-ରଣବୀରଙ୍କ ବିବାହକୁ ପୁରିଲା ୬ ବର୍ଷ, ଭିନ୍ନ ଅନ୍ଦାଜରେ ପାଳନ କରୁଛନ୍ତି ଦମ୍ପତ୍ତି । ରଣବୀର ସିଂ ଏବଂ ଦୀପିକା ପାଦୁକୋନ ତାଙ୍କର ଷଷ୍ଠ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ନଭେମ୍ବର ୧୪, ୨୦୧୮ରେ ବିବାହ କରିଥିବା ଏହି ବଲିଉଡ ଦମ୍ପତି ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହି ବିଶେଷ ଅବସରରେ ରଣବୀର ସିଂ ତାଙ୍କ ପତ୍ନୀ ଦୀପିକାଙ୍କ କିଛି ଅନସିନ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ଦୀପିକାଙ୍କୁ ମଜାଳିଆ ଅନ୍ଦାଜରେ ଦେଖିବାକୁ ମିଳିଛି । ଦୀପିକା ପାଦୁକୋନ୍ ଏହି କିଛି ଫଟୋରେ ଆଇସ୍କ୍ରିମ୍ ର ମଜା ନେଉଛନ୍ତି । ଏହି ଫଟୋ ଗୁଡ଼ିକ ସହିତ ରଣବୀର ଏକ ଭାବପୂର୍ଣ୍ଣ କ୍ୟାପସନ୍ ଲେଖିଛନ୍ତି । ଏହି ଫଟୋ ଗୁଡିକରେ ଦୀପିକାଙ୍କ ଅନନ୍ୟ ଫଟୋ ଅନ୍ତର୍ଭୁକ୍ତ । ଅଧିକାଂଶ ଫଟୋରେ ଦୀପିକା ଆଇସ୍କ୍ରିମ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିବାବେଳେ କିଛି ଫଟୋରେ ତାଙ୍କ ଭ୍ରମଣ ସମୟର ରହିଛି । ରଣବୀର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଦୀପିକା ବହୁତ ହସୁଥିବାର ନଜର ଆସିଥିଲେ । ଏହି ଭିଡିଓ ସେୟାର କରିବାବେଳେ ରଣଭୀର ଲେଖିଛନ୍ତି, ‘ଯଦିଓ ପ୍ରତ୍ୟେକ ଦିନ ପତ୍ନୀଙ୍କର ପ୍ରଶଂସା ଦିନ, କିନ୍ତୁ ଆଜି ହେଉଛି ମୁଖ୍ୟ ଦିନ, ମୁଁ ତୁମକୁ ଭଲ ପାଏ।’ ଏହି ବଲିଉଡ ଦମ୍ପତିଙ୍କ ବିବାହ ବାର୍ଷିକୀରେ ପ୍ରଶଂସକଙ୍କ ଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଆମେ ତୁମ ଦୁହିଁକୁ ବହୁତ ଭଲ ପାଉ ଏବଂ ତୁମ ଝିଅ ଦୁଆକୁ ମଧ୍ୟ ଭଲପାଉ । ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ମୁଁ ତୁମ ମାନଙ୍କର ସମସ୍ତ ସୁଖ କାମନା କରୁଛି ଏବଂ ତୁମେ ସବୁବେଳେ ଏକାଠି ରୁହ।’

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments