Saturday, March 1, 2025
spot_imgspot_imgspot_imgspot_img
Homeରାଜନୀତିବିଧାନସଭାରେ ପାଣ୍ଡିଆନ ଝଡ !

ବିଧାନସଭାରେ ପାଣ୍ଡିଆନ ଝଡ !

ବିଧାନସଭାରେ ନିଆଁ ଲଗାଇଲେ ଭାଜପା ନେତା ଜୟ ନାରାୟଣ ମିଶ୍ର ।

ବିଧାନସଭାରେ ନିଆଁ ଲଗାଇଲେ ଭାଜପା ନେତା ଜୟ ନାରାୟଣ ମିଶ୍ର । ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ? ଏ ନେଇ ସେ ପ୍ରଶ୍ନ ଉଠାଇବା ପରେ ରାଜ୍ୟ ରାଜନୀତିରେ କମ୍ପନ ଆରମ୍ଭ ହୋଇଛି । ପଏଣ୍ଟ ଅଫ ଅର୍ଡର ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ସେ କହିଛନ୍ତି ଯେ, ଚାଷୀ ପ୍ରସଙ୍ଗରେ ବିରୋଧୀ ମୁଲତବୀ ଆଣିଥିଲେ, ଆମେ ଆଲୋଚନା ହେଉ ବୋଲି ଚାହୁଁଥିଲୁ । କିନ୍ତୁ କ’ଣ ପାଇଁ ଗୃହକୁ କାଲିଠାରୁ ମୁଲତବି କରାଯାଉଛି । ସେ ଆହୁରି କହିଛନ୍ତି, ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ। ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପଚାରିଛନ୍ତି ଜୟନାରାୟଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦରି ବୁହା ଓ ଟେଣ୍ଟ ବୁହା ଲୋକ ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହ ବନ୍ଦ କରିଦିଆଯିବ। ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି । ଅନ୍ୟପକ୍ଷରେ ଜୟନାରାୟଣଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ । ସେ କହିଛନ୍ତି ବରିଷ୍ଠ ସଦସ୍ୟ ଗୃହରେ ମନ ଗଡ଼ା କାହାଣୀ କହୁଛନ୍ତି । ଗୃହର ସଦସ୍ୟ ନଥିବା ଲୋକଙ୍କ ନାମ ବିବରଣୀରୁ ବାଦ ଦିଆଯାଉ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments