ବିଜେଡିକୁ ନେଇ ପୁଣି ବିସ୍ଫରୋକ ବୟାନ ଦେଲେ ବିଧାୟକ ଜୟନାରାୟଣ ମିଶ୍ର । ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । କେବଳ ଏତିକି ନୁହେଁ, ସେ କହିଛନ୍ତି, ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳ ଟା ଥାଉ, ଦୀର୍ଘଯିବି ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ ଶତ୍ରୁକୁ ମାରିବାକୁ ଚାହେଁନି, ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି । ବିଜେପି ଚାହୁଁନି ବିଜେଡ଼ି ଭାଙ୍ଗୁ । ଆମର ଲକ୍ଷ ନୁହେଁ ବିଜେଡ଼ିକୁ ଶୂନ କରିବା । ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ । ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯେଉଁଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । ଗୋଟିଏ ଲୋକ ରହିବେନି । ନବୀନ ପଟନାୟକ ମଧ୍ୟ ପଳେଇ ଆସିବେ । ସେ କଣ କରିବେ ଯଦି ସବୁ ଲୋକ ପଳେଇ ଆସିବେ, ସେ ବି ପଳେଇ ଆସିବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।