Monday, September 8, 2025
spot_imgspot_imgspot_imgspot_img
Homeମନୋରଞ୍ଜନବର୍ଷାଙ୍କ ପାଇଁ ସାତ ପର ଦେଲେ ଅନୁଭବ !

ବର୍ଷାଙ୍କ ପାଇଁ ସାତ ପର ଦେଲେ ଅନୁଭବ !

ଜାଗୃତିଙ୍କ ହାତ ଧରିବା ପରେ ଆଉ ବର୍ଷାଙ୍କ ପଞ୍ଜୁରିକୁ ଫେରିବେନି ସୁନା ଚଢେଇ ଅନୁଭବ

କିଏ ଦେଲା ଉଡେଇ ମୋ ସୁନା ଚଢେଇ ଏ କଥା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏଠି ଅନୁଭବଙ୍କୁ ସୁନା ଚଢେଇ କରିଛନ୍ତି ପ୍ରଶଂସକ । କାରଣ ଜାଗୃତିଙ୍କ ହାତ ଧରିବା ପରେ ଆଉ ବର୍ଷାଙ୍କ ପଞ୍ଜୁରିକୁ ଫେରିବେନି ସୁନା ଚଢେଇ ଅନୁଭବ । ବର୍ଷାଙ୍କ ସବୁ ଚେଷ୍ଟା, ପରିଶ୍ରମ ବୃଥା ହୋଇଛି । ସ୍ବାମୀଙ୍କୁ ଫେରି ପାଇବାର ସ୍ବପ୍ନରେ ପାଣି ଢାଳିଦେଇଛନ୍ତି ବଧୂ ସାଜିଥିବା ଦିଲ୍ଲୀ ବାନ୍ଧବୀ । ଆଉ ଗୁମୁରି ଗୁମୁରି କାନ୍ଦୁଛନ୍ତି ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନି । ବର୍ଷା ଅନୁଭବଙ୍କ ଯୋଡିକୁ ଆଇନ୍‌ ଛାଡ଼ପତ୍ର ସ୍ୱୀକୃତି ଦେବା ପରେ ଏବେ ନିଜ ପାଇଁ ଅଲଗା ରାସ୍ତା ବାଛିଛନ୍ତି ପୂର୍ବ ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି । ସେପଟେ ବର୍ଷାଙ୍କ ପାଇଁ ଶାଶୁଘର ବି ଆଉ ନିଜର ହୋଇନାହିଁ । ଯିଏ ଭଲପାଇ ନିଜର କରିଥିଲେ ସେ ବି ସାତ ପର ହୋଇସାରିଛନ୍ତି । ମାଇ ଲଭ୍‌ ବର୍ଷା କହୁଥିବା ଅନୁଭବଙ୍କ ମୁହଁରୁ ବାହାରିବନି ବର୍ଷାଙ୍କ ନାଁ। କାହିଁକି ନାଁ ଅନୁଭବ ଓ ଜାଗୃତିଙ୍କ ପଡ଼ି ସାରିଛି ହାତ ଗଣ୍ଠି । ଦିନ ଥିଲା ସେହି ଯୋଡ଼ି ଓଲିଉଡର ସୁପର ଯୋଡ଼ି ଭାବେ ବେଶ୍ ଜଣାଶୁଣା ଥିଲେ। ସିନେମା ହଲରେ ଅନୁଭବ ବର୍ଷାଙ୍କ ଫିଲ୍ମ ଦେଖିବାକୁ ଅସମ୍ଭାଳ ଭିଡ଼ ଜମୁଥିଲା। ଆଉ ଏହି ଯୋଡ଼ି ଯେବେ ବାସ୍ତବ ଜୀବନରେ ଜୀବନସାଥୀ ସାଜିଥିଲେ ସେତେବଳେ ଫ୍ୟାନ୍ସଙ୍କ ଖୁସି ଦି ଗୁଣା ବଢ଼ି ଯାଇଥିଲା । କିନ୍ତୁ ଏହି ବିବାହ ସାତ ଜନ୍ମ ଦୂରର କଥା 7 ବର୍ଷ ବି ଭଲ ଭାବେ ତିଷ୍ଠି ପାରିଲା ନାହିଁ । ବିବାହ ବିଚ୍ଛେଦର କାରଣ ଅନେକ ଥିବା ବେଳେ ଜାଗୃତି ଶୁକ୍ଳା ଗୋଟିଏ କାରଣ ବୋଲି ମଧ୍ୟ ଚର୍ଚ୍ଚା ବଢିଲା । ଆଉ ଏବେ ସେହି ଚର୍ଚ୍ଚାରେ ଅନ୍ତ ଘଟାଇ ଦିଲ୍ଲୀବାଲିଙ୍କ ହାତ ଧରିଛନ୍ତି ସୁପରଷ୍ଟାର ଅନୁଭବ । ରିତିନିତି ଅନୁଯାୟୀ ଅଗ୍ନିକୁ ସାକ୍ଷୀ ରଖି ଅନୁଭବ ଏବେ ଜାଗୃତିଙ୍କ ବିବାହ ହୋଇଛି । ହେଲେ ସେପଟେ ବର୍ଷାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଲାଣି। ଛାଡ଼ପତ୍ର ପରେ ଅନୁଭବ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ, ବର୍ଷାଙ୍କ ବିବାହ କେବେ ବୋଲି ଫ୍ୟାନ୍ ମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି । ଅନୁଭବ ସ୍ବାର୍ଥପର ହେବା ପରେ ଏବେ ବର୍ଷା ମଧ୍ୟ ଆଗକୁ ବଢିବା ଦରକାର ବୋଲି କହିବା ଆରମ୍ଭ କଲେଣି ଅଭିନେତ୍ରୀଙ୍କ ଶୁଭ ଚିନ୍ତକ । ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ପୂର୍ବ ସ୍ବାମୀଙ୍କ ବିରହରେ ବର୍ଷା ନିଜ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି ନା ଅନୁଭବଙ୍କ ପରି ଆଗକୁ ବଢୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments