Sunday, March 2, 2025
spot_imgspot_imgspot_imgspot_img
Homeଆମ ରୋଷେଇବନାନ୍ତୁ ପୋଦିନା ପନିର ପରଟା !

ବନାନ୍ତୁ ପୋଦିନା ପନିର ପରଟା !

ବ୍ରେକଫାଷ୍ଟ ପାଇଁ ଘରେ ବନାନ୍ତୁ ପୋଦିନା ପନିର ପରଟା ।

ବ୍ରେକଫାଷ୍ଟ ପାଇଁ ଘରେ ବନାନ୍ତୁ ପୋଦିନା ପନିର ପରଟା । ଏହି ପରଟା ପ୍ରୋଟିନରେ ଭରପୂର, ଯାହା ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ । ଏହାକୁ ତିଆରି କରିବା ବି ବହୁତ ସହଜ ।
ଆବଶ୍ୟକୀୟ ସାମଗ୍ରୀ:
ଅଟା- ୨୫୦ ଗ୍ରାମ, ପନିର- ୨୫୦ ଗ୍ରାମ (ଗ୍ରେଟ୍ ହୋଇଥିବା), ପୋଦିନା ପତ୍ର- ୧ କପ, ଲହୁଣୀ- ୨ ଚାମଚ, ଜିରା ପାଉଡର- ୧ ଚାମଚ, ଲଙ୍କା ଗୁଣ୍ଡ- ୧ ଚାମଚ, ସ୍ୱାଦାନୁସାରେ ଲୁଣ, ତେଲ ଆବଶ୍ୟକ ଅନୁଯାୟୀ, କ୍ୟାଚଅପ- ୧ ଚାମଚ, ଚଟଣି- ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

ପୋଦିନା ପନିର ପରଟା ତିଆରି କରିବା ପାଇଁ ପ୍ରଥମେ ଅଟାରେ ଲୁଣ, ଜିରା ଏବଂ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏକ ଅଲଗା ପାତ୍ରରେ ପନିର, ପୋଦିନା, ଚଟଣୀ, କ୍ୟାଚଅପ୍, ଲଙ୍କା ପାଉଡର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଅଟାକୁ ଛୋଟ ପରଟା ଆକାରରେ ବେଲି ସେଥିରେ ପ୍ରସ୍ତୁତ ପନିର ମିଶ୍ରଣକୁ ଭରିଦେଇ ପୁଣି ଥରେ ପରଟା ଆକାରରେ ବେଲି ଦିଅନ୍ତୁ । ଏବେ ତାଓ୍ବାକୁ ଗରମ କରି ପରଟାକୁ ଲହୁଣୀ ଲଗାଇ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ପୋଦିନା ପନିର ପରଟା । ଏହାକୁ ଗରମ ଗରମ ଚଟଣୀ କିମ୍ବା ସସ୍ ସହ ଖାଇବାର ମଜା ନିଅନ୍ତୁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments