Monday, May 19, 2025
spot_imgspot_imgspot_imgspot_img
Homeନ୍ୟୁଜବଦଳିବ ସ୍କୁଲର ରଙ୍ଗ !

ବଦଳିବ ସ୍କୁଲର ରଙ୍ଗ !

ବଦଳିବ ସରକାରୀ ସ୍କୁଲ କୋଠାର ରଙ୍ଗ ।

ବଦଳିବ ସରକାରୀ ସ୍କୁଲ କୋଠାର ରଙ୍ଗ । ସବୁ ସରକାରୀ ସ୍କୁଲ କୋଠାର ରଙ୍ଗ ହେବ ଗେରୁଆ। ଏନେଇ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି – OSEPA ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ଥିବା ସମସ୍ତ ସରକାରୀ ସ୍କୁଲର କଲର କୋଡ୍ କୁ ଅନୁମତି ଦିଆଯାଇଛି । ସରକାରୀ ସ୍କୁଲ ସହ ପିଏମଶ୍ରୀ ଅଧୀନ ସ୍କୁଲର ରଙ୍ଗ ବଦଳିବ । ଏହା ସହ ସ୍କୁଲ ନିର୍ମାଣ, ମରାମତି ଓ ନବୀକରଣ ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାରେ କ୍ଷେତ୍ର ଅଧିକାରୀଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ପୂର୍ବରୁ ୨୦୨୪ ଅକ୍ଟୋବର ୭ରେ ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଇଞ୍ଜିନିୟର-ଇନ୍-ଚିଫଙ୍କୁ ସରକାରୀ କୋଠାର ରଙ୍ଗ ବଦଳାଇବାକୁ ଚିଠି ଲେଖିଥିଲେ । ଏଥିରେ ସରକାରୀ କୋଠାର ବାହାର କାନ୍ଥ କମଳା ରଙ୍ଗ ରଖାଯାଇଥିବା ବେଳେ ଧଡ଼ି ଗୁଡିକୁ ଲାଲ ରଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଓସେପା ପକ୍ଷରୁ ସମସ୍ତ ସରକାରୀ ସ୍କୁଲ କୋଠାର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments