Saturday, March 1, 2025
spot_imgspot_imgspot_imgspot_img
Homeନ୍ୟୁଜବଦଲାନେଲା ଭାରତ !

ବଦଲାନେଲା ଭାରତ !

ହାଇଭୋଲଟେଜ୍ ମ୍ୟାଚରେ ଭାରତର ଦମଦାର ବିଜୟ ।

ହାଇଭୋଲଟେଜ୍ ମ୍ୟାଚରେ ଭାରତର ଦମଦାର ବିଜୟ । ଭାରତ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି । ଏହା ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଲଗାତାର ଦ୍ବିତୀୟ ବିଜୟ । ପୂର୍ବରୁ ଭାରତ ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିଲା । ବିରାଟ କୋହଲି ,ଶ୍ରେୟସ ଅୟର, ଶୁଭମନ ଗିଲ ଏବଂ କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତ ୨ଟି ବିଜୟରୁ ୪ ପଏଣ୍ଟ ସହିତ ଗ୍ରୁପର ଶୀର୍ଷରେ ରହିଛି ।ଭାରତାର ବିଜୟରେ ବିରାଟ କୋହଲିଙ୍କ ବଡଅବଦାନ ରହିଛି । ବିରାଟ ଚୈକା ମାରି ତାଙ୍କ ଏୖତିହାସିକ ଶତକ ହାସଲ କରିଛନ୍ତି । ପାକିସ୍ତାନକୁ ପରାସ୍ତ କରି ଓଉଉ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଦୁବାଇରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ରୋହିତ ବାହୀନି ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଛି। ବାଂଲାଦେଶ ପରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆର ବିଜୟରେ ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କ ଏକଦିବସୀୟ କ୍ୟାରିୟରର ୫୧ତମ ଶତକ ହାସଲ କରିଥିଲେ। ଶ୍ରେୟସ ଆୟର କୋହଲିଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଦୁହେଁ ପାକିସ୍ତାନୀ ବୋଲରଙ୍କୁ କଠିନ ମୁକାବିଲା ଦେଇଥିଲେ। ଓପନର ଶୁଭମନ ଗିଲ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ। କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂରେ ହଇଚଇ ସୃଷ୍ଟି କରିଥିଲେ। ଭାରତ ୪ ପଏଣ୍ଟ ସହିତ ତା’ର ଗ୍ରୁପର ଶୀର୍ଷରେ ଅଛି। ଏହା ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ। ଏହି ପରାଜୟ ପରେ ଚାମ୍ପିଅନ୍ସ ଟ୍ରଫିରୁ ପ୍ରାୟ ବାହାର ହୋଇଗଲେଣି। ଭାରତ ମାର୍ଚ୍ଚ ୨ରେ ତାର ଶେଷ ଲିଗ୍ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ ଭେଟିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments