ଭୁବନେଶ୍ବରରେ ସହଦେବଙ୍କ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ସହଦେବ ଓ ତାଙ୍କ ପରିବାର ପାଇଁ ଲଢେଇ ଆରମ୍ଭ କରିଛି ବିଜେଡି । ବିଜେପି ସରକାରରେ ଆଇନ ଶୃଙ୍ଖଳା ବିଗିଡିଯାଇଥିବା ବେଳେ ରାଜ୍ୟରେ ହତ୍ୟା, ଲୁଟ ବଢିଛି ବୋଲି ଅଭିଯୋଗ କରିଛି ବିଜେଡି । କିନ୍ତୁ ଅଭିୟୋଗ ସହ ସହଦେବଙ୍କ ପରିବାର ପ୍ରତି ସମବେଦନା ଜଣାଇ ଓ ସାହର୍ଯ୍ୟ ପ୍ରଦାନ କରି ନିଜ ବଡପଣର ପୁଣି ପ୍ରମାଣ ଦେଇଛନ୍ତି ନବୀନ । ବର୍ତ୍ତମାନ ସହଦେବ ନାୟକଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଦିନିଆ ବର୍ଷା ପରେ ବିଭିନ୍ନ ଜିଲ୍ଲାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଭେଟି ଥିଲେ। ଏବେ ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ଶାସନ ଦାୟିତ୍ବରେ ସିନା ନାହିଁ। ହେଲେ ଓଡ଼ିଆଙ୍କ ଦୁଃଖକୁ ବୁଝିପାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସବୁବେଳେ କୁହନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କର ପରିବାରର ସଦସ୍ୟ। ଗତମାସର ଅଦିନିଆ ବର୍ଷା ପରେ ବିଭିନ୍ନ ଜିଲ୍ଲାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଭେଟି ଥିଲେ। ଏବେ ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ସହଦେବଙ୍କ ପରିବାରକୁ ନବୀନ ୫୦ ହଜାର ଟଙ୍କା ନଗଦ ପଦ୍ରଦାନ କରିଥିବା ବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହା ସହ ସହଦେବ ନାୟକଙ୍କ ୨ ପିଲାଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି । ସହଦେବଙ୍କ ପରିବାରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫୦ ହଜାର ଟଙ୍କା ନଗଦ ପ୍ରଦାନ କରିଥିବା ବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହା ସହ ସହଦେବ ନାୟକଙ୍କ ୨ ପିଲାଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି । ଅନ୍ୟପଟେ ସହଦେବଙ୍କ ପତ୍ନୀ ସୁନିତା ନାୟକଙ୍କୁ ୫ଟି ଏଜେନ୍ସ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି । ବିଏମସି ଅଧୀନରେ କାର୍ଯ୍ୟରତ ୫ ସଫେଇ ଏଜେନ୍ସି ଯଥା ଗ୍ରୀନ ସର୍କଲ, ଜାଗୃତି, ଅୱାରଲ୍ୟାଣ୍ଡ, ପିଏମଆର, ପିଏଚଆର ପ୍ରମୁଖ ଏହି ଅର୍ଥରାଶିର ସହାୟତା କରିଛନ୍ତି । କେବଳ ସେତିକି ନୁହେଁ ବରଂ ସୁନିତାଙ୍କୁ ଜାଗୃତିରେ ସୁପରଭାଇଜର ଭାବେ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଏହାସହ ତାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟ ସରକାରଙ୍କୁ ଭୁବନେଶ୍ୱର ମହାନଗର ନିଗମ ଚିଠି ଲେଖିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ସୂଚନାଯୋଗ୍ୟ, ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ଗତ ୮ ତାରିଖ ଦିନ ବାଣୀବିହାର-ରସୁଲଗଡ଼ ରାସ୍ତାର ଓଭରବ୍ରିଜ୍ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗିରଫ କରିଛି। ସହଦେବଙ୍କ ପରିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।