ଦିଲ୍ଲୀ ନିର୍ବାଚନକୁ ନେଇ ସରଗରମ ରହିଛି ରାଜଧାନୀ ରାଜନୀତି । ରାଜନୈତିକ ଦଳ ଗୁଡିକ ନିଜ ନିଜ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ରାଜନୈତିକ ବୟାନବାଜି ମଧ୍ୟ ଆରମଭ ହୋଇଯାଇଛି । ଯାହାକୁ ନେଇ ଦିଲ୍ଲୀରେ ଉପୁଜିଛି ବିବାଦୀୟ ପରିସ୍ଥିତି । ‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’ କହିଥିବା ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି । ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ରମେଶଙ୍କ ନାଁ କାଲକାଜି ଆସନ ପାଇଁ ଦେଇଛି । ଆଉ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଧୁରୀ । ଯାହାକୁ ନେଇ ଏବେ ସରଗରମ ହୋଇଛି ଦିଲ୍ଲୀ ରାଜନୀତି । କଂଗ୍ରେସ ଏବଂ ଆପ୍ ବିଧୁରୀଙ୍କ ବୟାନକୁ ନିନ୍ଦା କରିବା ସହ ବିଜେପିକୁ କଡା ନିଶାନା ସାଧିଛନ୍ତି । ତେବେ ପ୍ରଚାର ବେଳେ ଦିଲ୍ଲୀ ବାସୀଙ୍କୁ ସମ୍ବୋଧିତ କରି ବିଜେପି ନେତା ରମେଶ କହିଛନ୍ତି, ଆରଜେଡି ନେତା ଲାଲୁ ଯାଦବ ଥରେ କହିଥିଲେ, ସେ ବିହାରର ରାସ୍ତା ହେମା ମାଲିନିଙ୍କ ଗାଲ ପରି ଚିକ୍କଣ କରିଦେବେ, ହେଲେ ସେଥିଣେ ସେ ବିଫଳ ହୋଇଥିଲେ । କିନ୍ତୁ ଆଜି ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ, ଯେମିତି ବିଜେପି ଚହଲା ଏବଂ ସଙ୍ଗମ ବିହାରର ରାସ୍ତାକୁ ପରିବର୍ତ୍ତନ କରିଛି, ସେମିତି କାଲକାଜିର ପ୍ରତ୍ୟେକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ଏବଂ ସୁଗମ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରମେଶ । ଯାହାକୁ କଡା ନିନ୍ଦା କରିଛି କଂଗ୍ରେସ । ବିଜେପି ଏପରି କହି ମହିଳା ବିରୋଧୀ ମନୋଭାବ ରଖିଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ କଂଗ୍ରେସ ମୁଖପାତ୍ର, ସୁପ୍ରିୟା ଶ୍ରୀନେତ୍ ବିଧୁରୀଙ୍କୁ ସମାଲୋଚିତ କରି ଏହାକୁ ‘ଲଜ୍ଜାଜନକ’ ଏବଂ ମହିଳାଙ୍କ ପ୍ରତି ଏକ ଘୃଣ୍ୟ ମାନସିକତା ପ୍ରତିଫଳିତ କରୁଛି ବୋଲି କହିଛନ୍ତି । ଏଥିସହିତ ବିଜେପିକୁ ମହିଳା ବିରୋଧୀ ବୋଲି ସମ୍ବାଧନ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ରମେଶ ବିଧୁରୀଙ୍କ ବିୟାନ କେବଳ ଲଜ୍ଜାଜନକ ନୁହେଁ ବରଂ ତାଙ୍କର ଘୃଣ୍ୟ ମାନସିକତାକୁ ମଧ୍ୟ ଦର୍ଶାଉଛି ବୋଲି ନିଜ ଏକ୍ସରେ ଲେଖିଛନ୍ତି ସୁପ୍ରିୟା ।
ପ୍ରିୟଙ୍କାଙ୍କୁ କମେଣ୍ଟ କରି ବିବାଦରେ ବିଜେପି ନେତା !
ପ୍ରିୟଙ୍କାଙ୍କୁ କମେଣ୍ଟ କରି ବିବାଦରେ ବିଜେପି ନେତା !