ଆପଣ ସମସ୍ତେ ଜାଣିଥିବେ ଯେ ଆଲମଣ୍ଡ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଡ୍ରାଏ ଫ୍ରୁଟକୁ ଦୈନନ୍ଦିନ ଡାଏଟ୍ ପ୍ଳାନରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି ।
ପ୍ରତିଦିନ ସଠିକ୍ ପରିମାଣର ଆଲମଣ୍ଡ ଖାଇବା ଦ୍ୱାରା, ଆପଣ ହାର୍ଟ ହେଲଥକୁ ବହୁ ପରିମାଣରେ ମଜବୁତ କରିପାରିବେ । ଆଲମଣ୍ଡ ଗମ୍ଭୀର ଏବଂ ସାଂଘାତିକ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିପାରେ । ଏହା ବ୍ୟତୀତ ଆଲମଣ୍ଡ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ଏବଂ ଭଲ କୋଲେଷ୍ଟ୍ରଲ ବଢ଼ାଇବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ଏହି ଡ୍ରାଏ ଫ୍ରୁଟ ଡାଇବେଟିସ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ସହାୟକ ହୋଇପାରେ । ଯଦି ଆପଣ ନିଜ ୱେଟ୍ ଲସ୍ ଜର୍ଣ୍ଣିକୁ ସହଜ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଆଲମଣ୍ଡ ଖାଇବା ଆରମ୍ଭ କରନ୍ତୁ । ଆଲମଣ୍ଡ ଖାଇବା ଦ୍ୱାରା ଆପଣଙ୍କ ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରିବ, ଯେଉଁଥିପାଇଁ ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବେ । ଆଲମଣ୍ଡ ହାଡକୁ ଦୃଢ଼ ରଖିବା ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଗଣ୍ଠି ଯନ୍ତ୍ରଣା ଜନିତ ସମସ୍ୟାକୁ ଏଡାଇବା ପାଇଁ ଆଲମଣ୍ଡ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଆଲମଣ୍ଡରେ ଫାଇବର, ପୋଟାସିୟମ୍, ମୋନୋସାଚୁରେଟେଡ୍ ଫ୍ୟାଟ୍, ପ୍ରୋଟିନ୍, ଭିଟାମିନ୍ E, କ୍ୟାଲସିୟମ୍ ଏବଂ ଆଇରନ ଭଲ ପରିମାଣର ଉପାଦାନ ମିଳିଥାଏ । ଆୟୁର୍ବେଦ ଅନୁଯାୟୀ, ସକାଳେ ଖାଲି ପେଟରେ ଆଲମଣ୍ଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇପାରେ । ଆଲମଣ୍ଡକୁ ପୋଷକତତ୍ତ୍ୱର ପାୱାରହାଉସ ବୋଲି ମଧ୍ୟ କୁହାଯାଏ । କେବଳ ଯେ ସ୍ୱାସ୍ଥ୍ୟ ତା’ ନୁହେଁ ଆଲମଣ୍ଡ ଆମ ତ୍ୱଚାର ସୁନ୍ଦରତା ବଢାଇବାରେ ମଧ୍ୟ ସାହାଯ୍ୟ କରେ । ସ୍କିନ୍ କେୟାରରେ ଆଲମଣ୍ଡ ସାମିଲ କରି ଆପଣ ହେଲ୍ଦି ସ୍କିନ୍ ପାଇପାରିବେ । ଭିଟାମିନ୍ E ରେ ଭରପୂର ଆଲମଣ୍ଡ ଆପଣଙ୍କୁ ଡ୍ରାଏ ଏବଂ ଦାଗ ଥିବା ସ୍କିନ୍ରୁ ମୁକ୍ତି ଦେଇଥାଏ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଯଦି ଆଲମଣ୍ଡ ଏତେ ଲାଭଦାୟକ ତେବେ ଆମେ ଏହାକୁ ସ୍କିନ୍ ପାଇଁ କିପରି ବ୍ୟବହାର କରିପାରିବା । ଆପଣ ଏହାକୁ ଗ୍ରାଇଣ୍ଡିଂ କରି ଫେସପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । ଯାହାଦ୍ୱାରା ଆପଣଙ୍କ ମୁହଁରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇପାରେ ।
ପ୍ରତିଦିନ ଖାଆନ୍ତୁ ଏହି ଡ୍ରାଏଫ୍ରୁଟ୍ ଦେଖିବେ ଚମତ୍କାର !
ପ୍ରତିଦିନ ଖାଆନ୍ତୁ ଏହି ଡ୍ରାଏଫ୍ରୁଟ୍ ଦେଖିବେ ଚମତ୍କାର !