ଯାତ୍ରା ଜଗତରେ ଏବେ କେବଳ କନ୍ଦଳ ଦେଖିବାକୁ ମିଳୁଛି । ମାଲିକ ଓ ଯାତ୍ରା କଳାକାରଙ୍କ କଥାରେ ମେଳ ଖାଉନଥିବା ବେଳେ ଉଭୟ ପରସ୍ପର ପ୍ରତି ବିରୋଧ ଭାବ ଆଚରଣ କରୁଛନ୍ତି । ତେବେ ପ୍ରଶ୍ନ ହେଉଛି ଯେଉଁ ପ୍ରସଙ୍ଗରେ ପିୟୁଷ ହଙ୍ଗାମା କରିଥିଲେ ସମନା ପ୍ରସଙ୍ଗରେ ନରି ମଧ୍ୟ ହଙ୍ଗାମା କଲେ । ପାଉଣାକୁ ନେଇ ଗଣମାଧ୍ୟରେ ଯାତ୍ରା ଜଗତର ଧଜିଆ ଉଡିଲା । ମାତ୍ରା ଦୁଃଖର ବିଷୟ ଏହା ଯେ ଯେଉଁ ଯାତ୍ରା ମାଲିକମାନେ ପିୟୁଷଙ୍କ ବେଳେ ମୁହଁରେ ତୁଣ୍ଡି ବାନ୍ଧି ବସି ରହିଥିଲେ ସେମାନେ ବର୍ତ୍ତମାନ ନରିଙ୍କ ବେଳକୁ ଜାଗ୍ରତ ହୋଇପଡିଛନ୍ତି । ଯାତ୍ରା ମାଲିକମାନଙ୍କ ନିଦ ଏମିତି ଭାଙ୍ଗିଛି ଯେ ସିଧା ରାଜଧାନୀରେ ଭୁବନେଶ୍ବରରେ ବୈଠକ କରି ନରିଙ୍କୁ ବ୍ୟାନ କରାଯାଇଛି । ତେବେ ଏଠି କଥା ହେଉଛି ଯଦି ନରିଙ୍କୁ ବ୍ୟାନ କରାଗଲା ତେବେ ପିୟୁଷଙ୍କୁ କାହିଁକି ବ୍ୟାନ କରାଗଲା ନାହିଁ । କାହିଁକି ନରିଙ୍କ ଉପରେ ସବୁ ଦୋଷ ଲଦିଦିଆଗଲା । ଯାତ୍ରା ଜଗତର ଗୁମରକୁ ଗଣମାଧ୍ୟମରେ ପ୍ରଥମେ ପିୟୁଷ ଖୋଲିଥିଲେ । ତାହେଲେ ସମାନ ସ୍ଥିତିରେ କେବଳ ନରି କାହିଁକି ଦଣ୍ଡିତ ହେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ । ଯାତ୍ରା ଜଗତର ଲଙ୍ଗଳା ଚିତ୍ରର ଏବେ ଧଜିଆ ଉଡିଛି । ମାଲିକମାନେ ଗୋଟେ ମେଳି କରିଥିବା ବେଳେ ଅନ୍ୟପଟେ ମେଳି କରିଛନ୍ତି କଳାକାର ସଂଘ । ମାଲିକ ଓ କଳାକାରଙ୍କ ଛକାପଞ୍ଝା ଲଢେଇ ରୋଚକ ହେଉଥିବା ବେଳେ ଦିନକୁ ଦିନ ନୂଆ ମୋଡ ନେଉଛି ଏହି କଳି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଏହି କଳିରେ ବଳି ପଡିଥିବା ନରି ପଣ୍ଡା କେବେ ନ୍ୟାୟ ପାଉଛନ୍ତି ।
ପିୟୁଷ ବେଳେ ଚୁପ୍ ନରି ବେଳେ ହଙ୍ଗାମା !
RELATED ARTICLES