ଦିଲ୍ଲୀରେ ବାଜି ମାରି ନେଲା ଆପ୍ । ବିଜେପିର ବଡ ବିଜୟ ପରେ ପଦ୍ମ ପାର୍ଟିକୁ ଅଭିନନ୍ଦନ ଜଣାଇଲେ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି । ବିଜେପି ଏକତରଫା ବିଜୟ ମୁହାଁ ହୋଇଛି । ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି । ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।
ବିଜେପିର ବିଜୟ ନେଇ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନିଜ ଦଳର ପରାଜୟ ସ୍ବୀକାର କରିବା ସହିତ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି। କେଜ୍ରିୱାଲ କହିଛନ୍ତି, ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବିନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ, ସେମାନେ ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ଯାହା ପାଇଁ ଲୋକମାନେ ସେମାନଙ୍କୁ ଭୋଟ ଦେଇଛନ୍ତି। ଆମେ ଗତ ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି କ୍ଷେତ୍ରରେ ବହୁତ କାମ କରିଛୁ। ଆମେ କେବଳ ଏକ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ନାହିଁ ବରଂ ଲୋକଙ୍କ ମଧ୍ୟରେ ରହି ସେମାନଙ୍କର ସେବା କରିବୁ । ତେବେ ଦିଲ୍ଲୀ ପରାଜୟ ଅପେକ୍ଷା କେଜ୍ରିଓ୍ବାଲ ଓ ମନୀଷ ସିଶୋଦିଆଙ୍କ ପରାଜୟ ଦଳକୁ ବେଶି ଝଟକା ଦେଇଛି ।
ପରାଜୟ ଗ୍ରହଣ କଲେ କେଜ୍ରିୱାଲ
ଦିଲ୍ଲ୍ୀରେ ବିଜେପିର ବଡ ବିଜୟ