Monday, September 8, 2025
spot_imgspot_imgspot_imgspot_img
Homeଆମ ରୋଷେଇପଖାଳ ପାଇଁ ପ୍ରସ୍ତୁତି

ପଖାଳ ପାଇଁ ପ୍ରସ୍ତୁତି

ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଝିରା ଛୁଙ୍କ ଦିଆ ପଖାଳ, ଆମ୍ବ କସି ପଖାଳ ....

ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଝିରା ଛୁଙ୍କ ଦିଆ ପଖାଳ, ଆମ୍ବ କସି ପଖାଳ ଆଦି କେତେ କ’ଣ ପଖାଳ ରହିଛି । ପଖାଳ କହିଲେ ଓଡିଆଙ୍କ ମନରେ ଅଲଗା ପ୍ରକାରର ଲୋଭ ଆସିଥାଏ । ଭୋକ ନଥିଲେ ବି ପଖାଳ କଂସା ଦେଖିଦେଲେ ଭୋକ ଲାଗେ । ମାର୍ଚ୍ଚ 20ରେ ପାଳନ ହୁଏ ବିଶ୍ବ ପଖାଳ ଦିବସ । ଆଉ ପଖାଳ ଦିସ ପାଇଁ ଝୁଡି ହୋଟେଲ ଠାରୁ ଆରମ୍ମ୍ପୁଭ କରି ପାଞ୍ଚ ତାରକା ହୋଟେଲ ଯାଏଁ ସବୁଠି ଭିଡ ଜମେ । ପଖାଳ କଂସା ସହ ଆମିଷରେ ପୋହଳା ମାଛ, ଚିଙ୍ଗୁଡି ଛେଚା,ରୋହି ମାଛ, ଚିକେନ କସା, ଚୁନା ମାଛ ଭଜା, ମାଂସ କସା, ମାଛ ବେସର, ମାଛ ଭଜା, ଅଣ୍ଡା ଆମ୍‌ଲେଟ୍‌ ଆଦି ଆଇଟମ୍‌ ଲୋକେ ଖୋଜନ୍ତି । ଆଉ ନିରାମିଶରେ ଆମିଷ ଠାରୁ ଢ଼େର ଆଇଟମ୍‌ ରହିଛନ୍ତି। ‌ସେଗୁଡ଼ିକ ମଧ୍ୟରେ ଶାଗ ଭଜା, ବଡ଼ି ଚୁରା, ଆଳୁ ଭର୍ତ୍ତା, ଧରିଆ ଓ ପୋଦିନାପତ୍ର ଚଟଣି, କଲରା ଚିପ୍ପ, ସଜନା ଛୁଇଁ ଆଳୁ ବେସର, ବାଇଗଣ ଭଜା, ଆଚାର, ପାମ୍ପଡ, କାକୁଡି ସାଲାଡ଼ ଆଦି ଖୋଜାପଡେ । କାରଣ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ତେଣୁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଏ। ଏଥିପାଇଁ ଓଡ଼ିଆଙ୍କ ଘରେ ପଖାଳ ଦିବସ ପାଳନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ପୂର୍ବରୁ ବାସି ପଖାଳ ସହିତ ଓଲି ପିଆଜ ଓ କଞ୍ଚା ଲଙ୍କାର ସ୍ବାଦ କିଛି ନିଆରା ଥିଲା। ଏବେ କିନ୍ତୁ ପଖାଳ କଂସା ପାଖରେ ଓଲି ପିଆଜ ସେତେଟା ନାହିଁ। ତା’ସ୍ଥାନରେ ବଢ଼ିଯାଇଛି ବିଭିନ୍ନ ଭେଜ୍‌ ଓ ନନ୍‌ଭେଜ୍‌ ଆଇଟମ୍‌।
କହିବାକୁ ଗଲେ ଓଡ଼ିଆ ଘରର ପଖାଳ ଆଜି କେବଳ ଓଡ଼ିଶାରେ ସୀମିତ ହୋଇ ରହିନି। ଦେଶ ଓ ବିଦେଶରେ ମଧ୍ୟ ପଖାଳ ଚାହିଦା କାହିଁରେ କ’ଣ। ରାସ୍ତାକଡର ଝୁମ୍ପୁଡି ହୋଟେଲ ଠାରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲର ମେନୁରେ ପଖାଳ ସ୍ଥାନ ପାଇସାରିଛି। ପଖାଳ ଦିବସ ଚାହିଦା ଦୃଷ୍ଟିରୁ ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ସ୍ବତନ୍ତ୍ର ଆଇଟମ୍‌ ପ୍ରସ୍ତୁତ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments