Friday, January 31, 2025
spot_imgspot_imgspot_imgspot_img
HomeUncategorizedଦେବେନ୍ଦ୍ରଙ୍କୁ ବାଟ ଛାଡିଲେ ସିନ୍ଦେ !

ଦେବେନ୍ଦ୍ରଙ୍କୁ ବାଟ ଛାଡିଲେ ସିନ୍ଦେ !

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ଦୂର ହେଲା ସସପେନ୍ସ । ରେସରୁ ପଛକୁ ହଟିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମହାରାଷ୍ଟ୍ର ବିଧାନସଭାରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ପରେ ଏବେ ଦେବେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ଏକ ତରଫା ସ୍ଫଷ୍ଟ ହୋଇଛି । ଏକନାଥ ସିନ୍ଦେ ଙ୍କ ସାମ୍ୱାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ହିଁ ଯିବ । ମହାରାଷ୍ଟ୍ର ବିଧାନସଭାରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଏ ଘୋଷଣା ହୋଇନାହିଁ। ଯଦିଓ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଙ୍କ ସାମ୍ୱାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ହିଁ ଯିବ । ବର୍ତମାନ ସୁଦ୍ଧା ଅନୁମାନ କରାଯାଉଥିଲା ଏକ ନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦରେ ଅଟଳ ଅଛନ୍ତି । କିନ୍ତୁ ସାମ୍ବାଦିକ ସମ୍ମିଳନୀ କରି ସେ ମୁଖ୍ୟମନ୍ତ୍ରୀ ପଦ ରେସରୁ ଓହରୁଥିବା କହିଛନ୍ତି । ଏକନାଥ ସିନ୍ଦେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର ଲାଳସା ନଥିଲା ଓ ଏହି ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ମାନିବେ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତିକୁ ୨୩୦ ଆସନ ମିଳିଛି । ବିଜେପି ଏକାକୀ ୧୩୨ ଆସନ ଜିତିଛି, ଯାହା ବହୁମତଠାରୁ ୧୩ ଆସନ କମ୍ । ଏବେ କୁହାଯାଉଛି, ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନାଭିସ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି । କାଲି ଦିଲ୍ଲୀରେ ବୈଠକ ବସି ଏ ନେଇ ମୋହର ବାଜିବା ସମ୍ଭାବନା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments