Saturday, March 1, 2025
spot_imgspot_imgspot_imgspot_img
Homeରାଜନୀତିଦିଲ୍ଲୀ ସିଂହାସନରେ କିଏ ବସିବ ଆଜି ବାଜିବ ମୋହର !

ଦିଲ୍ଲୀ ସିଂହାସନରେ କିଏ ବସିବ ଆଜି ବାଜିବ ମୋହର !

ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ।

ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା । ବିଧାୟକ ଦଳ ବୈଠକରେ ନାଁ ଉପରେ ମୋହର ମାରିପାରନ୍ତି ହାଇକମାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେବି ବୈଠକ ହେବାର ସମ୍ଭାବନା ରହିଛି । ଚର୍ଚ୍ଚାରେ ବହୁ ହେଭିୱେଟ ରହିଥିଲେ ବି ସବୁକିଛି ରହିଛି ସସପେନ୍ସ । ସମ୍ଭବତଃ ଜଣେ ଜାଟ କିମ୍ବା ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ହାଇକମାଣ୍ଡ । ଚଳିତ ବର୍ଷ ଶେଷ ଭାଗରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଜଣେ ଜାଟ କିମ୍ବା ଜଣେ ଏସସି ନେତାଙ୍କୁ ସିଏମ କରିବା ସମ୍ଭାବନା ରହିଛି ।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୪୮। ସେମାନଙ୍କ ମଧ୍ୟରେ ଜାଟ ବିଧାୟକଙ୍କ ସଂଖ୍ୟା ରହିଛି ୧୧ । ସେହିପରି ୧୦ ବର୍ଷରେ ପ୍ରଥମ ଥର ପାଇଁ ଦିଲ୍ଲୀର ୧୨ଟି ଏସସି ଆସନରୁ ବିଜେପି ହାସଲ କରିଛି ୪ ଆସନ। ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନରେ ଜାଟଙ୍କ ସଂଖ୍ୟା ଅଧିକ ହେତୁ ଜାଟ ନେତାଙ୍କୁ ଦିଆଯାଇପାରେ ଗୁରୁତ୍ବ । ଦିଲ୍ଲୀର ୩୬୦ ଗ୍ରାମ ମଧ୍ଯରୁ ଜାଟବହୁଳ ଗ୍ରାମ ୨୨୫ ଥିବାରୁ ଜାଟ ପ୍ରାର୍ଥୀଙ୍କ ବଢିଛି ଗୁରୁତ୍ବ। ନୂଆଦିଲ୍ଲୀ ଆସନରେ ବିଜୟୀ ହୋଇଥିବା ପରବେଶ ବର୍ମା ପ୍ରଥମତଃ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଦ୍ବିତୀୟତଃ ସେ ଜଣେ ଜାଟ। ତେଣୁ ତାଙ୍କ ପଲା ଭାରି ରହିଛି। ସେପଟେ ରେଖା ଗୁପ୍ତା, ଆଶିଷ ସୁଦ, ସତୀଶ ଉପାଧ୍ଯାୟ ଓ ଶିଖା ରାୟଙ୍କ ନାମ ଚର୍ଚ୍ଚାରେ ରହିଛି। ଆସନ୍ତା ୧୯ କିମ୍ବା ୨୦ରେ ହୋଇପାରେ ଶପଥଗ୍ରହଣ ଉତ୍ସବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments