Sunday, March 2, 2025
spot_imgspot_imgspot_imgspot_img
Homeସ୍ବାସ୍ଥ୍ୟଥଣ୍ଡା କାଶ ପାଇଁ ରାମବାଣ !

ଥଣ୍ଡା କାଶ ପାଇଁ ରାମବାଣ !

ଥଣ୍ଡା କାଶ ପାଇଁ ରାମବାଣ !

ଋତୁ ବଦଳିଲେ ଅବା ଶୀତ ଦିନ ଆସିଲେ ଥଣ୍ଡା କାଶ ହେବା ସ୍ବାଭାବିକ କଥା । ହେଲେ ବେଳେବେଳେ କାଶ ସମସ୍ୟା ଆମ ଚିନ୍ତାକୁ ଆହୁରି ବଢେଇ ଦେଇଥାଏ।ତେଣୁ କାଶ ଜନିତ ସମସ୍ୟା ଏବେ ଦୂର କରିବ କିଛି ଘରୋଇ ଉପଚାର । ଏହି ସାମଗ୍ରୀ ଶସ୍ତା ଓ ସହଜରେ ମିଳୁଥିବା ବେଳେ ଆପଣ ମେଡିସିନ ଖାଇବା ଚିନ୍ତାରୁ ମଧ୍ୟ ଦୂରରେ ରହିବେ । ତେବେ ଥଣ୍ଡା କାଶ ଦୂର କରିବାର ଘରୋଇ ଉପଚାର ହେଉଛି ….

୧. ପିପଳି – ପ୍ରଥମ ସାମଗ୍ରୀ ହେଉଛି ପିପଳି ଯାହା କାଶ ବା କଫ ସମସ୍ୟାକୁ ଦୂର କରିଥାଏ।
ଏଥିରେ କିଛି ଏପରି ଗୁଣ ଅଛି ଯାହା କାଶ ବା ଛାତିରେ ଜମିଥିବା କଫକୁ ତୁରନ୍ତ ସମୂଳେ ନାସ କରିଥାଏ। ପିପଳିକୁ ଆପଣ ବଣିଆ ଦୋକାନରୁ ସଂଗ୍ରହ କରିପାରିବେ। କିଛି ପିପଳି ନିଅନ୍ତୁ ଏବଂ ଏହାକୁ ତାୱାରେ ଅଳ୍ପ ଭାଜି ଦିଅନ୍ତୁ। ଏହାକୁ ଧିମା ଆଞ୍ଚରେ ଭାଜିବେ ଯେପରି ଏହା ଲାଗି ନଯିବ ବା ପୋଡ଼ି ନଯିବ। ଏହାକୁ ଭାଜିକରି ସେବନ କଲେ ଏହା କାମ କରିଥାଏ। ତେଣୁ ୨ଟି ପିପଳି ନିଅନ୍ତୁ ଏହାକୁ ହାତରେ ବା ଏହାକୁ ବାଟି ଗୁଣ୍ଡ ପ୍ରସ୍ତୁତ କରନ୍ତୁ।ଏବେ ଏହାକୁ ଏକ ପାତ୍ରରେ ରଖନ୍ତୁ।୨କପ୍ ପାଣି ଏକ ପାତ୍ରରେ ନେଇ ଏହାକୁ ବହୁତ୍ ସମୟ ଫୁଟାନ୍ତୁ ଓ ଏଥିରେ ସେହି ଏକ ଚାମଚ ପିପଳି ଗୁଣ୍ଡ ପକାନ୍ତୁ।ଏହାକୁ ଫୁଟାଇବା ପରେ ଯେପରି ଏହା ଏକ କପ୍ ପାଣି ହୋଇଯିବ। ଏହାକୁ ସେପରି ଗରମ ଗରମ ଛାଣନ୍ତୁ ଓ ଏହି ପରି ଭାବରେ ସେବନ କରନ୍ତୁ।ଅର୍ଥାତ୍ ଏହା ଗରମ ଚା ଭଳି ଏହାକୁ ସେବନ କରନ୍ତୁ।ଏହା ଭଲ କାମ କରିଥାଏ ଓ ଭୟଙ୍କର କାଶ ବା ଜମିଥିବା କଫକୁ ମୂଳରୁ ନାସ କରେ।ଏହା ସେବନ ଦ୍ଵାରା ଜମିଥିବା କଫ ଝାଡା ବା ମଲ ଦ୍ଵାରା ବାହାରକୁ ବାହାରି ଯାଏ।

୨. ମହୁ ଓ ଅଦା – ୨ଟି ଅଦା ଖଣ୍ଡକୁ ଗ୍ରେତ କରି ଏହାକୁ ଗୁଣ୍ଡ କରନ୍ତୁ ଏବଂ ଏକ ସଫା କପଡା ସାହାଯ୍ୟରେ ଏହାର ରସ ବାହାର କରନ୍ତୁ।ବଳି ଯାଇଥିବା ଅଦାକୁ ଆପଣ ଚା ବନେଇ ପାଇଁ ରଖି ପାରିବେ।ଏକ ଚାମଚ ମହୁ ନିଅନ୍ତୁ।ଏକ ଚାମଚ ପିପଳିରେ ଗୋଟେ ଚାମଚ ମହୁ ଏବଂ ଏକ ଚାମଚ ଅଦା ରସ ମିଶାନ୍ତୁ।ଏହାକୁ ଆପଣ ଦିନକୁ ୩ଥର ଅର୍ଥାତ୍ ସକାଳ,ଦ୍ୱିପହର ଏବଂ ସନ୍ଧ୍ୟା ସମୟରେ ସେବନ କରିପାରିବେ। ଏହାକୁ ଆପଣ ୩ଥର ସେବନ ପାଇଁ ବହୁ ଅଧିକ ବନେଇ ପାରିବେ ସେଥିପାଇଁ ଅଧିକ ମହୁ ରସ ବା ଅଦାରସ ମିଶାଇ ରଖିଦେବେ। ଏହାକୁ ଭଲ ଭାବରେ ଫେଣ୍ଟି ଏହାକୁ ରଖି ଦିଅନ୍ତୁ ଓ ଦିନକୁ ୩ଥର ଏହାର ସେବନ କରନ୍ତୁ। ଏହା ସହିତ ଯଦି ଆପଣଙ୍କ ଗଳା ଫୁଲିଛି ତେବେ ଆପଣ ଲୁଣ ଆଉ ଗରମ ପାଣିରେ କୁଳି କରିପାରିବେ।ଦିନକୁ ଯେତେଥର ପାରିବେ ସେତେଥର କୁଳି କରନ୍ତୁ ଦେଖିବେ ଆପଣଙ୍କୁ ବହୁତ୍ ଅଧିକା ଲାଭ ମିଳିବ। ଆଜି କାଲି ଭାଇ ସଂକ୍ରମଣ କାରଣରୁ କାଶ ହେଉଅଛି।ଯେତେ ଔଷଧ ସେବନ କଲେ ମଧ୍ୟ ତାହା ଏତେ ଶୀଘ୍ର ଛାଡି ନଥାଏ। ଯଦି ଆପଣଙ୍କୁ ବହୁ ଅଧିକା କାଶ ବା ଛାତିରେ କଫ ହେଉଅଛି ତେବେ ଆପଣ ୨ଟି ପିପଳିକୁ ହାତରେ ଗୁଣ୍ଡ କରି ଏହାକୁ ସେବନ କରନ୍ତୁ।ଏହାର ସ୍ଵାଦ ଠିକ୍ ନଲାଗୁଥିଲେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ। ହେଲେ ବିନା ମହୁରେ ଏହା ବହୁତ୍ ଅଧିକା କାମ କରିଥାଏ।ତେଣୁ ଏହାକୁ ଖାଲିରେ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଭୟଙ୍କର କଫ ଯାହା ଛାତିରେ ଜମୁଛି ଏହା ମଳ ଦ୍ଵାରା ବାହାରକୁ ବାହାରି ଆସିବ। ଏହାକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଏବଂ ଦେଖିବେ ବହୁ ଜଲଦି ଆପଣ ଉପଶମ ପାଇବେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments