Saturday, February 1, 2025
spot_imgspot_imgspot_imgspot_img
Homeରାଜନୀତିତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠିତ କରାଯାଇଛି । କ୍ରାଇମବ୍ରାଞ୍ଚ ୩ଟି ଏତଲା ଉପରେ ତଦନ୍ତ କରିବ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ମଧ୍ୟ ତଦନ୍ତ କରାଯିବ। ସୂଚନାଯୋଗ୍ୟ ଗତ ୨୦ ତାରିଖ ସନ୍ଧ୍ୟାରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍‌ ଛଡାଇ ନେଇଥିଲେ ବୋଲି ଅଭିଯୋଗ କରାଯାଇଛି। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍‌ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଯାଜପୁର ଟାଉନ ଥାନା ଘେରାଉ କରି ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ତାଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କ ସମେତ ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବା ଦାବିରେ ଶତାଧିକ ଭାଜପା କର୍ମୀ ଯାଜପୁର ସଦର ଥାନାକୁ ଘେରାଉ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments