Saturday, March 1, 2025
spot_imgspot_imgspot_imgspot_img
Homeନ୍ୟୁଜଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ

ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ।

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ । ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ । ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଥିଲା ଅନ୍ନ । ସେଥି ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳକୁ କୋଠଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ । ଏହି ମହାପ୍ରସାଦକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ସେବନ କରିଥିଲେ। ପାଞ୍ଚ ପ୍ରକାର ଜୈବିକ ଚାଉଳ ଯଥା ଝିଲ୍ଲୀ, ଗୋବିନ୍ଦଭୋଗ, କଳାଜିରା, ପଦ୍ମକେଶରୀ ଏବଂ ହଜାରେ ଚଉଦ । ତେବେ ଏହି ୫ ପ୍ରକାରର ଜୈବିକ ଚାଉଳରେ ଅନ୍ନ ପ୍ରସ୍ତୁତ ହୋଇଥିବା ବେଳେ ସେଥିମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ । ବାକି ପ୍ରଜାତି ଜୈବିକ ଚାଉଳ ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ହୋଇ ଆନନ୍ଦ ବଜାରରେ ବିକ୍ରି ହେବ ବୋଲି ସୂଚନା ମିଳିଛି । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କ କହିବା ଅନୁଯାୟୀ, ଯେଉଁ ଅନୁଷ୍ଠାନଗୁଡ଼ିକ ଚାଷୀମାନଙ୍କ ଦ୍ୱାରା ଏହି ଚାଉଳ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ। ଜୈବିକ ପଦ୍ଧତିରେ ଅମୃତ ଅନ୍ନରେ କୌଣସି ପ୍ରକାର ରାସାୟନିକ ସାର କିମ୍ବା ଔଷଧ ବ୍ୟବହାର ହେବ ନାହିଁ। ପ୍ରଥମ ଦଫାରେ ଜୈବିକ ଚାଉଳ କରାଯାଉଛି। ପରବର୍ତ୍ତୀ ସମୟରେ ମହାପ୍ରସାଦରେ ବ୍ୟବହୃତ ପନିପରିବା, ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେପରି ଜୈବିକ ପଦ୍ଧତିରେ ଉତ୍ପାଦନ ହେବ ସେ ନେଇ ଉଦ୍ୟମ କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments