ପ୍ରାୟତଃ ଲୋକମାନେ ସବୁଠାରୁ ଅଧିକ ଖାଦ୍ୟରେ ଆଳୁ ବ୍ୟବହାର କରୁଛନ୍ତି । ତେବେ ଆଳୁରେ ବିଭିନ୍ନ ପ୍ରକାରର ରେସିପି ତିଆରି ହୋଇଥାଏ । କିନ୍ତୁ ସବୁ ରେସିପି ଭିତରେ ସହଜରେ ବନିଥାଏ ଆଳୁ ବରା । ଏହା ତିଆରି କରିବା ଯେତିକି ସହଜ ଖାଇବା ପାଇଁ ତା ଠୁ ଅଧିକ ଟେଷ୍ଟି ମଧ୍ୟ ।
ଆଳୁବରା ପାଇଁ ଆବଶ୍ୟକ ସାମଗ୍ରୀ :
୪ ରୁ ୫ ଟି ମିଡିୟମ ସାଇଜ୍ର ଆଳୁ ନେବେ ଓ ୧ ବଡ ରସୁଣ ନେବେ ଏହା ସହ କିଛି କଟା ଧଣିବା ପତ୍ର ନେବେ ଓ ୪ ରୁ ୫ ଛୋଟ ଚାମଚ କନ୍ଫ୍ଲୋର ଏବଂ ୩ ରୁ ୪ ବଡ ଚାମଚ ମଇଦା ମଧ୍ୟ ନେବେ ଏହା ସହ ଏକ ଛୋଟ ଚାମଚ ମରିଚ ଗୁଣ୍ଡ ଏବଂ ଆବଶ୍ୟକ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁସାରେ ଛାଣିବା ପାଇଁ ତେଲ ନେବେ ।
ପ୍ରସ୍ତୁତ କରିବା ପ୍ରଣାଳୀ :
ଏହି ମୁସୁ ମୁସିଆ ଆଳୁ ବରା ତିଆରି କରିବା ପାଇଁ ପ୍ରଥମେ ଆଳୁକୁ ଭଲ ଭାବେ ସିଜାଇ ଦେବେ । ଏହାପରେ ରସୁଣକୁ ହାଲକାରେ ଛେଚି ଦେବେ । ତାପରେ ଗ୍ୟାସ୍ରେ ଏକ ପ୍ୟାନ୍ ବସାଇବେ ଏବଂ ସେଥିରେ ଅଳ୍ପ କିଛି ତେଲ ଦେବେ ଏହାପରେ ସେଥିରେ ଛେଚି ଥିବା ରସୁଣକୁ ପକାଇ ହଲକାରେ ଫ୍ରାଏ କରିବେ ଏବଂ ସେଥିରେ ଗୋଟିଏ କପ୍ରେ ଅଧା କପ୍ ପାଣି ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ମରିଚ ଗୁଣ୍ଡ ମଧ୍ୟ ସେଥିରେ ଆଡ୍ କରିବେ । ସେହି ପାଣି ଫୁଟିବା ପରେ ସେଥିରେ ମଇଦା ପକାଇ ଅଳ୍ପ ସମୟ ଏପଟ ସେପଟ କରିବେ । ତାପରେ ସେଥିରେ ସିଜାଇ ରଖିଥାବ ଆଳୁ ପକାଇ ଭଲ ଭାବେ ଏକ ଜନ୍ତୁଣି ତିଆରି କରିଦେବେ । ଏହା ପରେ ସେହି ଜନ୍ତୁଣିକୁ ୧୦ ରୁ ୧୫ ମିନିଟ୍ ଥଣ୍ଡା ହେବା ପାଇଁ ଛାଡି ଦେବେ । ତାପରେ ସେଥିରେ କନ୍ଫ୍ଲୋର ଓ ଧଣିଆ ପତ୍ର ପକାଇ ଅଟା ଚକୁଡିବା ପରି ଭଲ ଭାବେ ଚକୁଡି ଦେବେ । ଏହା ପରେ ପୁଣି ଗ୍ୟାସ୍ରେ ଏକ ପ୍ୟାନ୍ ବସାଇ ସେଥିରେ ଛଣିବା ପାଇଁ ଆବଶ୍ୟକ ଅନୁସାରେ ତେଲ ନେଇ ଯିବେ । ତା’ପରେ ଆଳୁରେ ତିଆରି କରିଥିବା ଜନ୍ତୁଣିକୁ ଗୋଟିଏ ଗୋଟିଏ କରି ଗଢିବେ ଏବଂ ତାକୁ ଛାଣିବା ପାଇଁ ଆରମ୍ଭ କରିବେ । ଏହା ସହ ଦେଖିବେ ବରାଟି ହାଲକା ବ୍ରାଉନ୍ ହେବ ପର୍ଯ୍ୟନ୍ତ ଛାଣିବେ । ଏହା ପରେ ଦେଖିବେ ଏହି ଆଳୁରେ ତିଆରି ବରା ଖାଇବା ପାଇଁ କେତେ ଟେଷ୍ଟି ଲାଗିବ ।