Friday, January 31, 2025
spot_imgspot_imgspot_imgspot_img
Homeସ୍ପେଶାଲ୍ ରିପୋର୍ଟଗାଁରେ ରଖେଇ ଦେଉନି ନାଲି ପିମ୍ପୁଡ଼ି !

ଗାଁରେ ରଖେଇ ଦେଉନି ନାଲି ପିମ୍ପୁଡ଼ି !

ଗାଁରେ ରଖେଇ ଦେଉନି ନାଲି ପିମ୍ପୁଡ଼ି !

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡ଼ା ବ୍ଲକର ଉଛୁପୁର ପଞ୍ଚାୟତର ସାହାଡା ପଡା ଗ୍ରାମରେ ଆଜକୁ ତିନି ମାସ ହେବ ନାଲି ପିମ୍ପୁଡ଼ି ଘର ଦ୍ବାର ସବୁଆଡେ ପ୍ରବଳ ପରିମାଣରେ ମେଞ୍ଚା ମେଞ୍ଚା ହୋଇ ବୁଲି ଆତଙ୍କ ସୃଷ୍ଟି କରିଛନ୍ତି। ଗାଁରେ ନାଲି ପିମ୍ପୁଡ଼ି ଆତଙ୍କ ଖେଳିଯାଇଛି । ଯେଉଁଠି ଦେଖିଲେ ସିଆଡେ ପୁଳା ପୁଳା ପିମ୍ପୁଡ଼ି। ଗ୍ରାମବାସୀ ପିମ୍ପୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ କୀଟନାଶକ ବ୍ୟବହାର କଲେ ବି ତାହା କାମ ଦେଉନି। ସ୍ଥିତି ଏପରି ହେଲାଣି ଯେ ଗ୍ରାମବାସୀ ପିମ୍ପୁଡ଼ି ଆତଙ୍କରେ ଅତିଷ୍ଠ ହୋଇ ଗାଁ ଛାଡିବାକୁ କହିଲେଣି। ମଣିଷ ଗାଇ ଗୋରୁ ପଶୁ କାହାକୁ ଛାଡୁ ନାହାନ୍ତି, ସମସ୍ତଙ୍କୁ କାମୁଡି ବା ଫଳରେ ଦେହ କୁଣ୍ଡାଇ ହୋଇ ନାଲି ଘା ହୋଇ ଯାଉଛି ଏବଂ ଆଶ୍ଚର୍ୟ୍ୟର ବିଷୟ ଏହି ଗ୍ରାମରେ ଗୋଟିଏ ବି କୁକୁର ଓ ବିରାଡି ଦେଖିବାକୁ ମିଳିନାହାନ୍ତି। ପିଲାମାନଙ୍କ ପାଠ ପଢା ମଧ୍ୟ ସମ୍ପୃର୍ଣ୍ଣ ବନ୍ଦ ହୋଇଯାଇଛି। ଖାଦ୍ୟ ରୋଷେଇ କରି ଖାଇବା ମଧ୍ୟ ଅସମ୍ଭବ ହୋଇ ପଡିଛି।ଯାହା ଫଳରେ କି ଗ୍ରାମବାସୀ ଚିନ୍ତିତ ହୋଇ ପଡିଛନ୍ତି। ବିଲ ବାଡି ଗଛ ପତ୍ର ଘର ଦ୍ବାର ସବୁଆଡେ ମେଞ୍ଚା ମେଞ୍ଚା ନାଲି ପିମ୍ପୁଡ଼ି ହେବା ଫଳରେ କିଛି ଲୋକ ମଧ୍ୟ ପିଲା ଛୁଆଙ୍କୁ ବନ୍ଧୁ ଘରେ ନେଇ ଛାଡିବା ଜଣାପଡିଛି। ପଶୁ ଜନ୍ତୁଙ୍କ କଥା ନକହିବା ଭଲ।ପଶୁ ଜନ୍ତୁ ମଧ୍ୟ ଏଣେ ତେଣେ ଧାଆଁ ଦୈଡ କରୁଥିବା ଦେଖିବାକୁ ମିଳିଛି। ଏପରି କି ନଡିଆ ଗଛରେ ଚଢି ନଡିଆ ତୋଳିବା ମଧ୍ୟ ବନ୍ଦ ହୋଇଯାଇଛି। କାରଣ ଗଛ ର ମୁଳରୂ ଶେଷ ଯାଏଁ ପିମ୍ପୁଡ଼ି ମାଳ ମାଳ ହୋଇ ରହିଛନ୍ତି। ଗ୍ରାମାସିନି ଓ କୀଟନାଶକ ଔଷଧ ପକାଇଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ ମଧ୍ୟ କରୁନଥିବା ଜଣାପଡିଛି। ଏଭଳି ପରିସ୍ଥିତି ଜାରି ରହିଲେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଗ୍ରାମବାସୀ ମାନେ କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments