Monday, September 8, 2025
spot_imgspot_imgspot_imgspot_img
Homeଜୀବନଚର୍ଯ୍ୟାଖରାଦିନେ ଘରକୁ ଥଣ୍ଡା ରଖିବେ କିପରି ?

ଖରାଦିନେ ଘରକୁ ଥଣ୍ଡା ରଖିବେ କିପରି ?

ପାଣିପାଗ ବିଭାଗ ଅନୁସାରେ , ଚଳିତ ବର୍ଷ ଗରମରେ ତାପମାତ୍ରା ସାଧାରଣରୁ ଅଧିକ ଜାରି ରହିବ। ଯେଉଁଥିରେ ଆଶା କରାଯାଉଛି କି, ଚଳିତ ବର୍ଷ ଗରମ ଅଧିକ ରହିବ। ହୋଇପାରେ ଆପଣଙ୍କ ଘରେ ତ ଏବେ ଠାରୁ ପଙ୍ଖା ଚଲାଇବା ମଧ୍ୟ ଆରମ୍ଭ ହୋଇ ସାରିଥିବ ଏବଂ ଆଗାମୀ ୱିକେଣ୍ଡରେ ଆପଣ ଏସିର ସର୍ଭିସ କରାଇବାକୁ ମଧ୍ୟ ଭାବୁ ଥିବେ। କିନ୍ତୁ ଆପଣ କଣ ଏହି ସମର ସିଜନରେ ଗରମରୁ ବର୍ତ୍ତିବା ପାଇଁ କୌଣସି ଏମିତି ଉପାୟ ଜାଣିବାକୁ ଚାହିଁବେନି, ଯାହା ଘରକୁ ଥଣ୍ଡା କରିବାରେ ସହଜ ଉପାୟ ହେବ।
ଯଦି ଆପଣ ଚାହୁଁଛନ୍ତି ଯେ, ଗରମ ଦିନରେ ଆପଣଙ୍କର ଘର ଥଣ୍ଡା ରହିବ ତ, ଦ୍ୱିପ୍ରହର ସମୟରେ ଘରର ଝରକା ଓ କବାଟ ବନ୍ଦ ରଖନ୍ତୁ। ଦିନର ଏହି ସମୟରେ ଗରମ ହଠାତ୍ ବଢି ଯାଏ। ଏଥିରେ ଦ୍ୱିପ୍ରହରରେ ଝରକା ଓ କବାଟରେ ପରଦା ଲଗାଇ ରଖନ୍ତୁ। କୁଲର ଚଲାଇବା ସ୍ଥାନରେ ଘରକୁ ଥଣ୍ଡା ରଖିବାର ଏହା ଏକ ଭଲ ଅପସନ । ଘରକୁ ଥଣ୍ଡା ରଖିବା ପାଇଁ ଆପଣ ଛାତ ଉପରେ ପାଣିର ଛିଞ୍ଚନ କରି ପାରିବେ। ଛାତ ଉପରେ ସିଧା ଖରା ପଡ଼ିବା ଦ୍ୱାରା ରୁମ୍ ଶୀଘ୍ର ଗରମ୍ ହୋଇଯାଏ। ଯେଉଁଥି ପାଇଁ ଉପର ରୁମ୍ରେ ରହୁଥିବା ଲୋକେ ଗରମରେ ସମସ୍ୟା ହୋଇଥାଏ। ଯଦି ଆପଣଙ୍କର ଅବସ୍ଥା ମଧ୍ୟ ପ୍ରତି ବର୍ଷ ଗରମରେ କିଛି ଏମିତି ହୋଇଥାଏ ତ ଆପଣଙ୍କର ଘରର ଛାତ ଉପରେ ପାଣିର ଛିଞ୍ଚନ କରି ପାରିବେ। ବାହାର ନୁହେଁ ଘର ଭିତରର ଗରମକୁ ମଧ୍ୟ କମ୍ କରିବା ପାଇଁ ବିଜୁଳିରେ ଚାଲୁଥିବା ଉପକରଣ କମ୍ ବ୍ୟବହାର କରନ୍ତି। ଏମିତି କରିବା ଦ୍ୱାରା ଘର ଭିତରେ ଗରମ ହେବ ନାହିଁ।
ରୁମ୍ରେ ଲାଗିଥିବା ପ୍ଲାଣ୍ଟ ଗରମ ବାୟୁକୁ ଥଣ୍ଡା କରି ରଖିବାରେ ସାହାଯ୍ୟ କରି ପାରିବେ। ଉଲ୍ଲେଖନୀୟ ଯେ , ପ୍ଲାଣ୍ଟ ବାଷ୍ପୀକରଣ (ଟ୍ରାନ୍ସିରେସନ)ର ପ୍ରକ୍ରିୟା ମାଧ୍ୟମରେ ବାୟୁରେ ଆର୍ଦ୍ରତା ବଢି ଥାଏ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments