Friday, January 31, 2025
spot_imgspot_imgspot_imgspot_img
Homeରାଜନୀତିକିଏ ହେବ କଂଗ୍ରେସର ନୂଆ ମୁଖିଆ ?

କିଏ ହେବ କଂଗ୍ରେସର ନୂଆ ମୁଖିଆ ?

କିଏ ହେବ କଂଗ୍ରେସର ନୂଆ ମୁଖିଆ ?

ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମୁଖିଆ। ଏ ନେଇ ବିଚାରବିମର୍ଷ ଆରମ୍ଭ ହୋଇଛି । ଏଆଇସିସିର ବୈଠକ ପରେ ରାହୁଲ ଗାନ୍ଧୀ ହଁ ଭରିବା ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ଚଳିତ ସପ୍ତାହ ଶେଷ ଆଡକୁ ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମୁଖିଆ। ଏ ନେଇ ବିଚାରବିମର୍ଷ ଆରମ୍ଭ ହୋଇଛି । ବୁଧବାର ଏଆଇସିସିର ବୈଠକ ପରେ ରାହୁଲ ଗାନ୍ଧୀ ହଁ ଭରିବା ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ସୂଚନା ଅନୁସାରେ, ମହମ୍ମଦ ମୋକିମ ଓ ଭକ୍ତ ଦାସଙ୍କ ନାଁ ଚର୍ଚ୍ଚାରେ ଆଗରେ ରହିଛି । ପିସିସି ଭଙ୍ଗର ୬ ମାସ ବିତିଗଲାଣି, କିନ୍ତୁ ଦିଲ୍ଲୀରୁ ଘୋଷଣା ହୋଇପାରୁନି ସଭାପତିଙ୍କ ନାଁ । ବିଜେପି ବି କଟାକ୍ଷ କରି କହିଲାଣି କଂଗ୍ରେସ ପକ୍ଷାଘାତରେ ଆକ୍ରାନ୍ତ। ମାଇକ୍ରୋସ୍କୋପ ଲଗାଇ ଦେଖିଲେ ବି କଂଗ୍ରେସର ସତ୍ତା ନାହିଁ। ଏକଥା ଶୁଣି ରାଜ୍ୟ କଂଗ୍ରେସ ନେତାଙ୍କ ଦେହରେ ନିଆଁ ଲାଗିଛି କିନ୍ତୁ ନାଚାର। ହାଇକମାଣ୍ଡଙ୍କ ହାତ ଟେକାକୁ ଅପେକ୍ଷା କରିବା ଛଡା ବାଟ ନାହିଁ। ଏପଟେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଉ ସପ୍ତାହ ପରେ ଘୋଷଣା ହୋଇପାରେ ପିସିସି ସଭାପତିଙ୍କ ନାଁ । ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ବା ଏଆଇସିସି ଆରମ୍ଭ କରିଛି ପ୍ରକ୍ରିୟା । ଓଡିଶା ପ୍ରସଙ୍ଗରେ ବୁଧବାର ବସିପାରେ ବୈଠକ। ଯେଉଁଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟର ତର୍ଜମା ହେବ। ଦଳ ଆଶା କରୁଛି, ଏହି ବୈଠକର ନିର୍ଯାସ ରାହୁଲ ଗାନ୍ଧୀଙ୍କୁ ପ୍ରଦାନ ପରେ ସାମନାକୁ ଆସିପାରେ ନୂଆ ସଭାପତିଙ୍କ ନାଁ। ନୂଆ ପିସିସି ସଭାପତି ନିଯୁକ୍ତି ଲାଗି ଗତ ମାସରେ ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଓଡିଶା ଆସି ନେତାଙ୍କ ସହ ଆଲୋଚନା କରି ଫେରିଥିଲେ। ରିପୋର୍ଟ ଅନୁସାରେ, ଚରଣ ଦାସ ମହନ୍ତ, ୨ ଜଣଙ୍କ ନେତାଙ୍କୁ ପିସିସି ସଭାପତି ପଦ ପାଇଁ ଯୋଗ୍ୟ ବୋଲି ଭାବି ସୁପାରିଶ କରିଛନ୍ତି। ଚର୍ଚ୍ଚାରେ ଆଗରେ ଅଛନ୍ତି ଭକ୍ତ ଚରଣ ଦାସ ଓ ମହମ୍ମଦ ମୋକିମ । ରିପୋର୍ଟରେ ଉପକୂଳ ,ଦକ୍ଷିଣ,ଉତ୍ତର ଓ ପଶ୍ଚିମ ଓଡ଼ିଶାର ରାଜନୈତିକ ସମୀକରଣକୁ ନଜରରେ ରଖାଯାଇଛି। ଏହା ବାଦ କାର୍ଯ୍ୟକାରୀ ସଭାପତି ଭଳି ସରପ୍ରାଇଜ ନାଁ ବି ଘୋଷଣା କରିପାରେ ଏଆଇସିସି। ଗୋଟିଏ ବର୍ଗ କିନ୍ତୁ ସନ୍ଦେହ କରୁଛନ୍ତି କଂଗ୍ରେସର ରିପୋର୍ଟ ରାଜନୀତି ଅନେକ ସମୟରେ ଲବି ଚାପରେ ଚାପି ହୋଇଯାଏ। ଘଟଣାର ପୁନଃରାବୃତି ହେବନି ତ?
ଖବର ଅନୁଯାୟୀ ସଭାପତି ଆଶାୟୀ ଓ ସେମାନଙ୍କ ସମର୍ଥକ ଏବେ ଠାରୁ ଦିଲ୍ଳୀରେ ଡେରା ପକାଇଛନ୍ତି ଏବଂ ଏଆଇସିସିର ପଦକ୍ଷେପ ଉପରେ ନଜର ରଖିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments