Sunday, March 2, 2025
spot_imgspot_imgspot_imgspot_img
Homeରାଜନୀତିକିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ?

କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ?

କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ?

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ପଦ୍ମ ଫୁଟାଇ ଦିଲ୍ଲୀ ଦଖଲ କଲା ଭାଜପା । ଆପ୍‌କୁ ଚକମା ଦେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଧରାଶାୟୀ କରିଛି ବିଜେପି । ଦିଲ୍ଲୀର ମୋଟ ୭୦ଟି ବିଧାନସଭା ଆସନରୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୩୬। ଆଉ ଏହି ମ୍ୟାଜିକ ନମ୍ବର ପର କରିବାରେ ସଫଳ ହୋଇଛି ଦିଲ୍ଲୀ ବିଜେପି । ବିଜେପି ଦିଲ୍ଲୀ ହାତେଇବା ପରେ କିଏ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ? କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ବିଜେପି ତାହା ଉପରେ ଏବେ ସାରା ଦେଶର ନଜର । କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ଜଣ ଥିବା ବେଳେ କିଏ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ମନୋଜ ତିୱାରୀ ହୋଇପାରନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ମନୋଜ ତିୱାରୀଙ୍କୁ ପୂର୍ବାଞ୍ଚଳର ଜଣେ ବଡ଼ ନେତା ଭାବରେ ବିବେଚନା କରାଯାଉଛି। ସେ ଦିଲ୍ଲୀ ବିଜେପିର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେ ଦୁଇଥର ସାଂସଦ ହୋଇଛନ୍ତି ଏବଂ ଦିଲ୍ଲୀରେ ପୂର୍ବାଞ୍ଚଳ ଭୋଟକୁ ଏକତ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନିକଟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ, ଯିଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସେ ଦିଲ୍ଲୀର ସାମଗ୍ରିକ ବିକାଶ ଆଣିବେ। ସେହିପରି ଦିଲ୍ଲୀର ରୋହିଣୀ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଏବଂ ବିଧାୟକ ବିଜେନ୍ଦର ଗୁପ୍ତାଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରେ ସାମିଲ ଅଛି। ସେ ଜଣେ ଟାଣୁଆ ନେତା ଭାବରେ ଜଣାଶୁଣା ଏବଂ ଆମ ଆଦମୀ ପାର୍ଟି ବିରୁଦ୍ଧରେ ବିରୋଧୀ ଭୂମିକା ବହୁତ ଭଲ ଭାବରେ ନିର୍ବାହ କରିଛନ୍ତି। ଦଳୀୟ କର୍ମୀ ଏବଂ ସଂଗଠନ ଉପରେ ତାଙ୍କର ଦୃଢ଼ ପ୍ରଭାବ ଥିବା ମନେ କରାଯାଏ। ଯଦି ବିଜେପି ଜିତିଯାଏ, ତେବେ ଦଳ ଗୁପ୍ତାଙ୍କ ଉପରେ ବିଶ୍ୱାସ ଦେଖାଇପାରିବ। ମୋତି ନଗର ନିର୍ବାଚନ ମଣ୍ଡଳୀରେ ବିଜେପି ହରିଶ ଖୁରାନାଙ୍କୁ ଆପ୍‌ର ଶିଚରଣ ଗୋଏଲଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ ଦମଦାର ବିଜୟ ହାସଲ କରିଛନ୍ତି। ବରିଷ୍ଠ ବିଜେପି ନେତା ମଦନ ଲାଲ ଖୁରାନାଙ୍କ ପୁଅ ହେଉଛନ୍ତି ହରିଶ। ପୂର୍ବତନ ସାଂସଦ ପରବେଶ ବର୍ମା ଆପର ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରେ ପରାସ୍ତ କରିଛନ୍ତି। ସେ ବିଜେପିର ସବୁଠାରୁ ଚର୍ଚ୍ଚିତ ଚେହେରା। ନିର୍ବାଚନ ବେଳେ ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଥିଲା। ପରବେଶ ବର୍ମା ଦୌଡ଼ରେ ଆଗରେ ରହିଛନ୍ତି। ପରବେଶ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ସେ କେଜ୍ରିୱାଲଙ୍କ ଗଡ଼ରେ ତାଙ୍କୁ ମାତ ଦେଇ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୩ରୁ କେଜ୍ରିୱାଲ ଏଠାରେ ଜିତି ଆସୁଥିଲେ। ରଜୌରୀ ଗାର୍ଡେନ ବିଧାନସଭା ଆସନରୁ ସିର୍ସା ବିଜେପି ଟିକେଟରେ ଲଢ଼ୁଥିଲେ। ଏଠାରେ ସେ ଆପ୍‌ର ଧନୱାତି ଚାଣ୍ଡେଲାଙ୍କୁ ପରାସ୍ତ କରିଛନ୍ତି। ବିଜେପି ଦିଲ୍ଲୀରେ ଆପ୍‌କୁ ମାତ ଦେଇଥିବାରୁ ଦଳର ନଜର ପଞ୍ଜାବ ଉପରେ ରହିଛି। ଏପରି ସ୍ଥିତିରେ ସିର୍ସାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଡବଲ ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିବ। ତେବେ ରେସରେ ଥିବା ଏହି ନେତାଙ୍କ ମଧ୍ୟରୁ କାହାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ବିଜେପି ଓ କିଏ ୨୭ ବର୍ଷ ପରେ ଦିଲ୍ଲୀ ସମ୍ଭାଳିବ ତା ଉପରେ ସାରା ଦେଶବାସୀଙ୍କ ନଜର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments