Monday, September 8, 2025
spot_imgspot_imgspot_imgspot_img
Homeମନୋରଞ୍ଜନକାହିଁକି ବିବାହ କରୁନାହାନ୍ତି ଭାଇଜାନ୍ ?

କାହିଁକି ବିବାହ କରୁନାହାନ୍ତି ଭାଇଜାନ୍ ?

ସଲମାନ ଖାନ୍ ବିବାହ ନକରିବା ପଛର କାରଣ

ବହୁ ବର୍ଷ ହେଲାଣି ବଲିଉଡରେ ରାଜ୍ କରି ଆସୁଛନ୍ତି ସଲମାନ ଖାନ । ୫୯ବର୍ଷ ବୟସରେ ପାଦ ଦେଇଥିଲେ ବି ଦର୍ଶକଙ୍କ ଭିତରେ ତାଙ୍କ କ୍ରେଜ୍ ରହିଛି । ତେବେ ଅନେକ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲେ ବି ସଲମାନ ଖାନ୍ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ୫୯ବର୍ଷ ବୟସରେ ପାଦ ଦେଇଥିଲେ ବି ସଲମାନ ବିବାହ କରିନଥିବାରୁ ଏବେ ଏହାର ପଛର ସାମ୍ନାକୁ ଆସିଛି। ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ, କ୍ୟାଟ୍ରିନା କୈଫ, ସୋମି ଅଲି ଏବଂ ସଙ୍ଗୀତା ବିଜଲାନି ଭଳି ଅଭିନେତ୍ରୀଙ୍କ ସହିତ ସମ୍ପର୍କରେ ଥିବା ସତ୍ତ୍ୱେ, ୫୯ବର୍ଷୀୟ ଅଭିନେତା କାହିଁକି ବିବାହ କରିନାହାଁନ୍ତି, ତାହା ଏକ ଭିଡିଓ ଭାଇରାଲ ହେବା ପରେ ଜଣାପଡ଼ିଛି । ସଲିମ୍ ଖାନଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ସଲମାନ ଖାନ୍ ବିବାହ ନକରିବା ପଛର କାରଣ ଜଣାଇଥିଲେ। ସେ କହିଥିଲେ ଯେ, “ସଲମାନଙ୍କ ଚିନ୍ତାଧାରାରେ ଏକ ବିରୋଧାଭାସ ଅଛି, ଯାହା ତାଙ୍କ ବିବାହ ନକରିବାର ଏକ କାରଣ। ସଲମାନ ମୁଖ୍ୟତଃ ତାଙ୍କ ସହ କାମ କରୁଥିବା ନାୟିକାମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। କାରଣ ଅନେକ ମାସ ଧରି ଏକାଠି କାମ କରନ୍ତି। ପରସ୍ପରକୁ ଭଲ ଭାବରେ ଜାଣନ୍ତି। କାମ କରୁ କରୁ ସଲମାନ ହିରୋଇନମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। କିନ୍ତୁ ବିବାହକୁ ନେଇ ଥିବା ତାଙ୍କ ସର୍ତ୍ତ ତାଙ୍କୁ ସଫଳ କରାଇପାରେ ନାହିଁ। ପ୍ରେମ ସମ୍ପର୍କ ରଖିବା ପରେ ସଲମାନ ନିଜ ପ୍ରେମିକାଙ୍କ ମଧ୍ୟରେ ନିଜ ମା’ଙ୍କ ଗୁଣ ଖୋଜନ୍ତି। ପ୍ରେମିକା କାମ ଛାଡ଼ି ଘର ସମ୍ଭାଳୁ ବୋଲି ସେ ଚାହାନ୍ତି। ଯାହା ମିଳିବା ଅସମ୍ଭବ। ଟଙ୍କା ଆୟ କରିବା ଛାଡ଼ି କୌଣସି ସ୍ବାଧୀନ ମହିଳା କାହିଁକି ଘରେ ବସି ଘର କଥା ବୁଝିବ, ଏହା ଅସମ୍ଭବ। ଏଥିପାଇଁ ତାଙ୍କର ବିବାହ ହୋଇନାହିଁ।”

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments