Sunday, March 2, 2025
spot_imgspot_imgspot_imgspot_img
Homeସ୍ପେଶାଲ୍ ରିପୋର୍ଟକାନ୍ଦିଲେ ହବିଷ୍ୟାଳୀ

କାନ୍ଦିଲେ ହବିଷ୍ୟାଳୀ

କାନ୍ଦିଲେ ହବିଷ୍ୟାଳୀ

ପୁରୀ ଛାଡିଲେ ହବିଷ୍ୟାଳୀ । ହବିଷ ମାସ କାର୍ତ୍ତିକ ସରିବା ପରେ କାନ୍ଦି କାନ୍ଦି ପରସ୍ପରଠୁ ବିଦାୟ ନେଇଛନ୍ତି ହବିଷ୍ୟାଳୀ । ହବିଷ୍ୟାଳିଙ୍କ ଆଖିରେ ଲୁହ ଭରିଯାଇଥିଲା । ସରିଲା ମହାକାର୍ତ୍ତିକ ଆଉ ନିଇତି ମିଳିବନି ଜଗା ଦର୍ଶନ। ମିଳିବନି ମହାପ୍ରସାଦ ସେବନ । ଭାବବିହ୍ବଳ ଘର ବାହୁଡ଼ା ବ୍ରତଧାରୀ। ମହାକାର୍ତ୍ତିକ ସଂକଳ୍ପ କରି ଏକମାସ ଧରି ପୁରୀରେ ରହି ଆସୁଥିଲେ ହବିଷ୍ୟାଳୀ। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଏମାନଙ୍କୁ ଯୋଗାଇ ଦିଆଯାଉଥିଲା । ସକାଳେ ଚା ଏବଂ ଦର୍ଶନର ସୁବିଧା, ଅପରାହ୍ନରେ ମହାପ୍ରସାଦ ସେବନ ଓ ସନ୍ଧ୍ୟାରେ ଭୋଜନ ବ୍ୟବସ୍ଥା । ପୁରା ଏକମାସ ଧରି ଏକ ପାରିବାରିକ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ବ୍ରତଧାରୀ । ପରିବାର ଠାରୁ ଏକମାସ ଅଲଗା ହୋଇଥିଲେ ସତ କିନ୍ତୁ ଅଜଣା ବନ୍ଧନ ଭିତରେ ଆଧ୍ୟାତ୍ମିକ ସତ୍ତାକୁ ଅନୁଭବ କରିବାର ସୁଯୋଗ ମିଳିଥିଲା । ଭଜନ, ଜଣାଣ, କୀର୍ତ୍ତନ ସହ ସମୟ କେମିତି ବିତି ଯାଉଥିଲା, ତାହା ଜଣା ପଡୁନଥିଲା । ଦୂର ଗାଆଁରେ ରହି, କାଳିଆକୁ ଦେଖିବା ସପନ ଭଳି ଥିଲା । ହେଲେ ସେଇ ଚକାଆଖିରେ ନୀତି ମିଶୁଥିଲା ଆଖି । କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଉଦ୍‌ଯାପନ ହେବା ପରେ ଏବେ ଆଉ କୋହ ସମ୍ଭାଳି ହେଉନି। ଘରକୁ ଫେରିବାର ଖୁସି, ଏ ଦୁଃଖ ଆଗରେ ମଉଳି ଯାଉଛି । ଚକା ଆଖି, ବଡ଼ଦାଣ୍ଡ, ସିଂହଦ୍ବାର ଆଉ ସାଙ୍ଗସାଥୀ ମେଳ ଏସବୁ ମିଳିବା ଏବେ ସାତ ସପନ ହେବ । ଯାହାକୁ ନେଇ ଦୁଃଖରେ ଘର ବାହୁଡ଼ା ହୋଇଛନ୍ତି ଏମାନେ । ଲୁହ ଆଉ କୋହ ଆଉ ଚାପି ହୋଇନଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments