Saturday, March 1, 2025
spot_imgspot_imgspot_imgspot_img
Homeବାଣିଜ୍ୟକମିଲା ସୁନା ଦର !

କମିଲା ସୁନା ଦର !

କମିଲା ସୁନା ଦର !

ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଓଡ଼ିଶାରେ କେତେ ରହିଛି ଆଜି ସୁନା ଦର? ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଏହାକୁ ନେଇ ଚିନ୍ତାରେ ଥିଲେ ଗ୍ରାହକ। କିନ୍ତୁ ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଚଳିତବର୍ଷର ଅର୍ଥନୈତିକ ରିପୋର୍ଟରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ କମିବା ବଦଳରେ ଭାରତୀୟ ବଜାରରେ ହୁ ହୁ ହୋଇ ବଢିଥିଲା ସୁନା ଦର । ଲଗାତର ୨-୩ ଦିନ ହେଲା ସୁନା ଦର ବଢିବାରେ ଲାଗିଥିଲା । ଏପରିକି ଗତ ଫବୃଆରୀ ୯ ତାରିଖ ଦିନ ୮୭ ହଜାର ଉପରକୁ ଟପିଥିଲା ସୁନା ଦର। ତେବେ ଗତକାଲି ଠାରୁ ଆଜିର ଦର ସାମାନ୍ୟ କମ୍ ରହିଛି।

ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୦,୧୦୦ ଟଙ୍କା ଥିବା ବେଳେ ଆଜି ଏହା ହ୍ରାସ ପାଇ ୭୯,୪୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୮୭,୩୮୦ ଟଙ୍କା ଥିବା ବେଳେ ଆଜି ଏହା କମି ୮୬,୬୭୦ ଟଙ୍କାରେ ପହଞ୍ଚିଛି। କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୪୦୦ ଟଙ୍କା ରହିଛି। ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments