Sunday, March 2, 2025
spot_imgspot_imgspot_imgspot_img
Homeନ୍ୟୁଜଏହି ମହିଳାମାନଙ୍କୁ ମିଳିବନି ସୁଭଦ୍ରାର ଦ୍ୱିତୀୟ କିସ୍ତି !

ଏହି ମହିଳାମାନଙ୍କୁ ମିଳିବନି ସୁଭଦ୍ରାର ଦ୍ୱିତୀୟ କିସ୍ତି !

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର ।

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର । ଖୁବଶୀଘ୍ର ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି । ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଥିବା ମହିଳା ଓ ଆଦୌ ଟଙ୍କା ପାଇନଥିବା ହିତାଧିକାରୀଙ୍କ ପାଇଁ ଜରୁରୀ ଖବର । ଆଉ ସପ୍ତାହକ ପରେ ଦିଆଯିବ, ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକାସାଙ୍ଗରେ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳିଥିବାବେଳେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ପାଖକୁ ଯିବ ଦ୍ବିତୀୟ କିସ୍ତି । ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୁଭଦ୍ରା କିସ୍ତି ଟଙ୍କା ମିଳିବ । ପ୍ରାୟ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଗତବର୍ଷ ସେପଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଥିଲେ ମୋହନ ସରକାର । ସେବେଠୁ ୪ଟି ଫେଜରେ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ମିଳିଛି । ମାର୍ଚ୍ଚ ୮ରେ ଦ୍ୱିତୀୟ କିସ୍ତିରେ ପୁଣି ମିଳିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ କିସ୍ତି ଟଙ୍କା ପାଇବେ ୧ କୋଟି ହିତାଧିକାରୀ । ବ୍ୟାଙ୍କ ଆକାଉଣ୍ଟ ସମସ୍ୟା ପାଇଁ ଯେଉଁ ମହିଳାଙ୍କ ଖାତାକୁ ଟଙ୍କା ଯାଇପାରିନି, ସେମାନଙ୍କୁ ମଧ୍ୟ ସମସ୍ୟା ଦୂର କରାଯାଇ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ବିଶେଷକରି ଏନପିସିଆଇ ସମସ୍ୟା ଯୋଗୁଁ ଯେଉଁ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ମାର୍ଚ୍ଚ ୮ରେ ଏମାନଙ୍କୁ ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ । ସେହିଭଳି ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ମିଳିବ । କୋଟିଏରୁ ଊର୍ଦ୍ଧ୍ବ ମହିଳାଙ୍କ ନିକଟରେ ‘ସୁଭଦ୍ରା’ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ୯୮ ଲକ୍ଷ ମହିଳା ଯୋଡ଼ି ହୋଇସାରିଛନ୍ତି । ହେଲେ ଏବେ ବି ରାଜ୍ୟର କିଛି ମହିଳାଙ୍କ ନିକଟରେ ‘ସୁଭଦ୍ରା’ ଟଙ୍କା ପହଞ୍ଚି ପାରିନାହିଁ । ଡିବିଟି ଆକ୍ଟିଭ୍ ହୋଇନଥିବାରୁ ସୁଭଦ୍ରା କିସ୍ତି ସେମାନଙ୍କ ଆକାଉଣ୍ଟକୁ ଯାଇପାରିନଥିଲା । ବ୍ୟାଙ୍କିଙ୍ଗ ସମସ୍ୟା ପାଇଁ ୨ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । ଏମାନେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ ହୋଇଥିବାବେଳେ ମାର୍ଚ୍ଚ ୮ରେ ଏମାନଙ୍କୁ ଏକାଥରେ ଦୁଇଟି କିସ୍ତିର ଟଙ୍କା ମିଳିବ । ମହିଳାମାନେ କିଭଳି କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ସ୍ୱାବଲମ୍ବୀ ହେବେ ସେ ନେଇ ରାଜ୍ୟସରକାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ତେବେ ସୁଭଦ୍ରାର ଦ୍ୱିତୀୟ କିସ୍ତି ମାର୍ଚ୍ଚ ୮ ରେ ପ୍ରଦାନ କରାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments