ବର୍ତ୍ତମାନ ଫାଷ୍ଟଫୁଡ୍ ସହିତ ବିଭିନ୍ନ କାରଣରୁ ଶରୀର ଜଟିଳ ରୋଗର ଶୀକାର ହେଉଛି । ଓଜନ ବୃଦ୍ଧି ଶରୀରରେ କୋଲେଷ୍ଟ୍ରଲ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ପ୍ରକାରର ସମସ୍ୟା ସୃଷ୍ଟି କରାଏ ।
ତେବେ ଶରୀରର ଓଜନ ନିର୍ଭର କରେ ଶରୀର କେତେ ସୁସ୍ଥ ରହିବ । କିନ୍ତୁ ଶରୀରର ଓଜନ ବୟସ, ଉଚ୍ଚତା ଅନୁସାରେ ଭିନ୍ନ ହେବା ଉଚିତ୍ । ଏକ ତଥ୍ୟ ଅନୁଯାୟୀ, ୪ ଫୁଟ ୧୦ ଇଞ୍ଚ ଉଚ୍ଚତା ଥିବା ଲୋକଙ୍କ ପାଇଁ ଆଦର୍ଶ ଓଜନ ୪୧ ରୁ ୫୨ କିଲୋଗ୍ରାମ ହେବା ଉଚିତ । ଯଦି ଉଚ୍ଚତା ୫ ଫୁଟ ତେବେ ଓଜନ ୪୪ ରୁ ୫୫.୭ କିଲୋଗ୍ରାମ ମଧ୍ୟରେ ହେବା ଉଚିତ । ୫ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ଓଜନ ୪୯ ରୁ ୬୩ କିଲୋଗ୍ରାମ ହେବା ଉଚିତ । ଯଦି ଉଚ୍ଚତା ୫ ଫୁଟ ୪ ଇଞ୍ଚ, ଓଜନ ୪୯ ରୁ ୬୩ କିଲୋଗ୍ରାମ ହେବା ଉଚିତ । କିନ୍ତୁ ଏହି ଓଜନରେ ଭିନ୍ନତା ଅଛି । କାରଣ କେବଳ ଉଚ୍ଚତା, ବୟସ, ପୁଷ୍ଟିକର, ଶରୀରର ଗଠନ ନୁହେଁ, ଆମର ଓଜନ ବିଭିନ୍ନ କାରଣ ଉପରେ ନିର୍ଭର କରେ ।
ଉଚ୍ଚତା ହିସାବରେ କେତେ ଓଜନ ରହିବା ଉଚିତ ?
ଉଚ୍ଚତା ହିସାବରେ କେତେ ଓଜନ ରହିବା ଉଚିତ ?