Monday, September 8, 2025
spot_imgspot_imgspot_imgspot_img
Homeକ୍ରୀଡାଇତିହାସ ରଚିଲା କୋହଲିଙ୍କ ଆର୍‌ସିବି !

ଇତିହାସ ରଚିଲା କୋହଲିଙ୍କ ଆର୍‌ସିବି !

କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ଆରସିବି

କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ଆରସିବି ଏକ ବଡ଼ ବିଜୟ ସହିତ ଆଇପିଏଲ୍ ୨୦୨୫ର ଶୁଭାରମ୍ଭ କରିଛି। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୭୪ ରନ୍ କରିଥିଲା, ଜବାବରେ ବାଙ୍ଗାଲୋର ଦଳ ୭ ୱିକେଟ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଛି। ମ୍ୟାଚ୍ରେ ଆରସିବିର ବିଜୟର ନାୟକ ଥିଲେ ବିରାଟ କୋହଲି ଏବଂ ଫିଲିପ ସଲ୍ଟ। ବୋଲିଂ କରୁଥିବା ସମୟରେ, କୃଣାଲ ପାଣ୍ଡ୍ୟା ବେଙ୍ଗାଲୁରୁ ପାଇଁ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ବିରାଟ କୋହଲି ଆଇପିଏଲ୍ ୨୦୨୪ ର ଅରେଞ୍ଜ କ୍ୟାପ୍ ବିଜେତା ଥିଲେ, ସେ ଆଇପିଏଲ୍ ୨୦୨୫ ରେ ମଧ୍ୟ ତାଙ୍କର ଲୟ ବଜାୟ ରଖିଛନ୍ତି। ତାଙ୍କର ପ୍ରଥମ ମ୍ୟାଚ୍ରେ, ସେ ୩୬ ବଲ୍ରେ ୫୯ ରନ୍ର ଏକ ସୁଚିନ୍ତିତ ଇନିଂସ ଖେଳିଥିଲେ। ସେ ଫିଲିପ ସଲ୍ଟଙ୍କ ସହ ୯୫ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ୩୧ ବଲ୍ରେ ୫୬ ରନ୍ର ଧୁଆଁଧାର ଇନିଂସ ସହିତ ଆରସିବିକୁ ଏକ ଭଲ ଆରମ୍ଭ ଦେଇଥିଲେ ସଲ୍ଟ। ଦୁହେଁ ମିଶି ପାୱାର ପ୍ଲେରେ ହିଁ ବେଙ୍ଗାଲୁରୁ ଦଳର ସ୍କୋରକୁ ୮୦ ରନରେ ପହଞ୍ଚାଇଥିଲେ। ଆରସିବି ଅଧିନାୟକ ରଜତ ପାଟିଦାର ମଧ୍ୟ ୧୬ ବଲ୍ରେ ୩୪ ରନ୍ କରି ତାଙ୍କ ଦଳର ବିଜୟରେ ଏକ ବଡ଼ ଅବଦାନ ରଖିଥିଲେ। ଶେଷରେ, ସ୍ପେନ୍ସର ଜନସନଙ୍କ ବଲ୍ରେ ଲିଆମ୍ ଲିଭିଙ୍ଗଷ୍ଟୋନ ଆରସିବି ପାଇଁ ବିଜୟୀ ସଟ୍ ମାରିଲେ। ତା ସହ ବିରାଟ କୋହଲି କେକେଆର ବିପକ୍ଷରେ ୧୦୦୦ ରନ ପୂରଣ କରିଛନ୍ତି। ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ତାଙ୍କର ୩୩ତମ ଇନିଂସରେ ଏହି ସଫଳତା ପାଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଆଇପିଏଲରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ୍ କରିବାର ରେକର୍ଡ ବର୍ତ୍ତମାନ ଡେଭିଡ୍ ୱାର୍ଣ୍ଣରଙ୍କ ନାଁ୦ରେ ଅଛି, ଯିଏକି ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୧୧୩୪ ରନ୍ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments