ରାଜ୍ୟରେ ତାତିରୁ ମିଳିଲା ତ୍ରାହୀ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା। କେଉଁଠି ଆଶ୍ୱସ୍ତି ଆଣିଚି ତ ଆଉ କେଉଁଠି ତାଣ୍ଡବ ରଚିଛି । କାଳବୈଶାଖୀ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା । ଆଂଚଳିକ ପାଣିପାଗ ବିଭାଗର ସୂଚନା, ଆହୁରି ୨୪ ଘଣ୍ଟା ବର୍ଷିବ। କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁରରେ ପ୍ରବଳ ବର୍ଷା ହେବ।
ଏହା ସହିତ ସୁନ୍ଦରଗଡ, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର ରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ହେବା ନେଇ ଆରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ବ୍ରହ୍ମପୁରରେ କାଳବୈଶାଖୀର ତାଣ୍ଡବ । କେଉଁଠି ଛେଚିଲା ତ କେଉଁଠି ଭାଙ୍ଗି, ଉଡାଇ ନେଲା । କାଳବୈଶାଖୀ ବର୍ଷାରେ ବେହାଲ ହେଲା ବ୍ରହ୍ମପୁର । ସେପଟେ ମୟୂରଭଞ୍ଜ ବାଙ୍ଗିରିପୋଷିରେ କାଳବୈଶାଖୀ ସୃଷ୍ଟି କରିଥିଲା ଦୟନୀୟ ସ୍ଥିତି । ଅଦିନିଆ କାଳବୈଶାଖୀରେ ସବୁ କିଛି ଛାରଖାର । କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରି ଦୀର୍ଘ ଘଣ୍ଟା ବସି ରହିଥିଲେ । ରବିବାର ବି ରହିବ କାଳବୈଶାଖୀ ବର୍ଷାର ପ୍ରଭାବ, ହେଲେ ଏହା କମ୍ ରହିବ ବୋଲି ସୂଚନା ରହିଛି । ତେବେ ଆସନ୍ତା ୨୫ ତାରିଖରୁ କମିବ କାଳବୈଶାଖୀର ପ୍ରଭାବ, ପୁଣି ବଢିବ ଖରା ତାତି । ମାର୍ଚ୍ଚ ଶେଷ ଆଡକୁ ହିଟ୍ ଓ୍ବେଭ୍ ସ୍ଥିତି ଦେଖାଦେବ ।