Friday, January 31, 2025
spot_imgspot_imgspot_imgspot_img
Homeବାଣିଜ୍ୟଆଉ କରିପାରିବେନି UPI ପେମେଣ୍ଟ !

ଆଉ କରିପାରିବେନି UPI ପେମେଣ୍ଟ !

ଆଉ କରିପାରିବେନି UPI ପେମେଣ୍ଟ !

UPI ୟୁଜର୍ସଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଫେବୃଆରୀ ପହିଲାରୁ UPI ପେମେଣ୍ଟ ରେ ଲାଗିବ ରୋକ । ଯଦି ଆପଣ ୟୁପିଆଇ ପେମେଣ୍ଟ ୟୁଜ କରୁଛନ୍ତି ତେବେ ଯାଣିନିଅନ୍ତୁ କାହିଁକି । କାରଣ ଫେବୃଆରୀ ୧ ତାରିଖରୁ କୌଣସି ୟୁପିଆଇ ଆପ୍ ଟ୍ରାଞ୍ଜାକ୍ସନ ଆଇଡି ଜେନେରେଟ କରିବା ଲାଗି ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରିପାରିବେ ନାହିଁ। ଯଦି କେହି ଆପ୍ ଟ୍ରାଞ୍ଜାକ୍ସନ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର ୟୁଜ କରନ୍ତି ତେବେ ସେଣ୍ଟ୍ରାଲ ସିଷ୍ଟମ ସେହି ପେମେଣ୍ଟକୁ କ୍ୟାନସଲ କରିଦେବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ଗାଇଡଲାଇନ ବିଜନେସ୍ ୟୁଜରଙ୍କ ପାଇଁ ଜାରି କରିଥିଲେ, ହେଲେ ଏହାର ପ୍ରଭାବ ଏବେ ସାଧାରଣ ଗ୍ରାହକଙ୍କ ଉପରେ ମଧ୍ୟ ପଡିବ। ୟୁପିଆଇ ଟ୍ରାଞ୍ଜାକ୍ସନ ଆଇଡି ଜେନେରେଟ କରିବା ପାଇଁ ଥିବା ପ୍ରୋସେସକୁ ଏନପିସିଆଇ ଷ୍ଟାଣ୍ଡାର୍ଡ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ଏନପିସିଆଇ ସବୁ କମ୍ପାନୀଙ୍କ ଟ୍ରାଞ୍ଜାକ୍ସନ ଆଇଡିରେ କେବଳ ଆଲଫା ନ୍ୟୁମେରିକ କ୍ୟାରେକ୍ଟର ଯୋଡିବାକୁ ଆଦେଶ ଦେଇଛନ୍ତି। ଏହି ଆଦେଶ ଫେବୃଆରୀ ୧ ତାରିଖରୁ ଲାଗୁ ହୋଇଯିବ। ଏହାର ଅର୍ଥ ଯଦି କୌଣସି ଆପ୍ ଏହି ଆଦେଶକୁ ପାଳନ ନ କରେ ତେବେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିପାରିବେ ନାହିଁ। ଆଦେଶ ପାଳନ କରିବାର ଦାୟିତ୍ୱ ଏପ୍ ଉପରେ ନ୍ୟସ୍ତ କରାଯାଇଛି। ଏନପିସିଆଇ ପୂର୍ବରୁ ମଧ୍ୟ ଏହି ପ୍ରୋସେସକୁ ଷ୍ଟାଣ୍ଡାର୍ଡ କରିବା ପାଇଁ ଆଦେଶ ଜାରି କରିଥିଲେ। ଗତବର୍ଷ ମାର୍ଚ୍ଚମାସରେ ଆସିଥିବା ଆଦେଶରେ ଟ୍ରାଞ୍ଜାକ୍ସନ ଆଇଡିକୁ ୩୫ କ୍ୟାରେକ୍ଟରରେ ସୀମିତ ରଖିବାକୁ କୁହାଯାଇଥିଲା। ଏହା ପୂର୍ବରୁ ଟ୍ରାଞ୍ଜାକ୍ସନ ଆଇଡିରେ ୪ରୁ ଆରମ୍ଭ କରି ୩୫ କ୍ୟାରେକ୍ଟର ପର୍ଯ୍ୟନ୍ତ ରହୁଥିଲା। ଏହାକୁ ନଜରରେ ରଖି ୩୫ କ୍ୟାରେକ୍ଟରର ଆଇଡି ଜେନେରେଟ କରିବାକୁ କୁହାଯାଇଥିଲା ଦେଶର ମୋଟ ଡିଜିଟାଲ ପେମେଣ୍ଟରେ ୟୁପିଆଇର ଭାଗିଦାରୀ ୫ ବର୍ଷରେ ଦୁଇଗୁଣା ବଢି ୮୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯଇଛି। ୨୦୧୯ରେ ମୋଟ ପେମେଣ୍ଟରେ ଏହାର ଭାଗିଦାରୀ ୩୪ପ୍ରତିଶତ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହାର ବିପରୀତ ଏନଇଏଫଟି, ଆରଟିଜିଏସ୍, ଆଇଏମପିଏସ୍, କ୍ରେଡିଟ ଓ ଡେବିଟ କାର୍ଡ ମାଧ୍ୟମରେ ହେଉଥିବା ଟ୍ରାଞ୍ଜାକ୍ସନ ହ୍ରାସ ହୋଇ ମୋଟ ଡିଜିଟାଲ ପେମେଣ୍ଟର ୧୭ ପ୍ରତିଶତ ହୋଇଯାଇଛି। ୨୦୧୯ରେ ଏହିସବୁ ମାଧ୍ୟମର ଭାଗିଦାରୀ ୬୬ ପ୍ରତିଶତ ଥିଲା। ତେବେ ଏ ନେଇ ପୁଣିଥରେ ଟ୍ରାନ୍ସକ୍ସନ କମ୍ପାନୀ ମାନଙ୍କୁ ନୋଟିସ କରାଯାଇଛି ଖୁବ ଶୀଘ୍ର ଏହି ନିୟମ ପ୍ରଚଳିତ କରେଇବା ପାଇଁ ଆଉ ଏହା ଯଦି କାର୍ଯ୍ୟକାରୀ ନାଁ କରନ୍ତି ତେବେ କୋଟି କୋଟି ଭାରତୀୟ ଅନଲାଇନ ପେମେଣ୍ଟ କରିବାରେ ବାଧାପ୍ରାପ୍ତ ହେବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments