Saturday, March 1, 2025
spot_imgspot_imgspot_imgspot_img
Homeମନୋରଞ୍ଜନଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା

ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା

ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା

ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ । ଛାଡପତ୍ର ମାମଲାର ଶୁଣାଣି କରୁଥିବା ବିଚାରପତି ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ ଧାର୍ଯ୍ୟ କରିଛନ୍ତି। ଚୂଡାନ୍ତ ନିଷ୍ପତ୍ତି ମଧ୍ୟ ଏହି ତାରିଖରେ ଦିଆଯିବାର ସମ୍ଭାବନା ରହିଛି। ତେବେ ଐଶ୍ୱର୍ଯ୍ୟା ଏବଂ ଧନୁଷ କୋର୍ଟରେ ହାଜର ହେବା ସମୟରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ। ୨୦୦୪ ମସିହାରେ ଚେନ୍ନାଇରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ଧୁମଧାମରେ ବିବାହ କରିଥିଲେ। ପରେ ଜାନୁୟାରୀ ୧୭, ୨୦୨୨ରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ପରସ୍ପରଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ପରେ ଧନୁଷ ଓ ଐଶ୍ବର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଥିବା ଚର୍ଚ୍ଚା ହୋଇଥିଲା। ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ ପରିବର୍ତନ କରିବା ସହ ଆଉ କିଛି ଦିନ ଏକତ୍ର ରହିବେ ବୋଲି ସୂଚନା ମିଳିଥିଲା। ତେବେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଦୁଇ ପୁଅ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀରେ ଧନୁଷ ସୋସିଆଲ ମିଡିଆରେ ଲେଖିଥିଲେ ୧୮ ବର୍ଷର ବନ୍ଧୁତା, ଯୋଡି, ବାପା-ମାଆ ରୂପରେ ଆମ ପରସ୍ପରର ଶୁଭଚିନ୍ତକ ହୋଇ ରହିଥିଲୁ । ମାତ୍ର ଏବେ ଆମେ ଯେଉଁ ସ୍ଥାନରେ ଛିଡା ହୋଇଛୁ ସେଠାରେ ରାସ୍ତା ଅଲଗା ହେଇଯାଉଛି । ଐଶ୍ଚର୍ଯ୍ୟା ଓ ମୁଁ ଅଲଗା ହେବା ପାଇଁ ନିଷ୍ପତି ନେଇଛୁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments