Friday, January 31, 2025
spot_imgspot_imgspot_imgspot_img
Homeସ୍ପେଶାଲ୍ ରିପୋର୍ଟଅମ୍ବାନୀଙ୍କ ଘରର ନାଁ ଆଣ୍ଟିଲିଆ କାହିଁକି ?

ଅମ୍ବାନୀଙ୍କ ଘରର ନାଁ ଆଣ୍ଟିଲିଆ କାହିଁକି ?

ଅମ୍ବାନୀଙ୍କ ଘରର ନାଁ ଆଣ୍ଟିଲିଆ କାହିଁକି ?

ସଫଳ ଉଦ୍ୟୋଗୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘର କୌଣସି ମହଲ ଠାରୁ କମ୍ ନୁହେଁ। ମୁକେଶ ଅମ୍ବାନୀଙ୍କ ପରିବାର ଯେଉଁ ଘରେ ବସବାସ କରନ୍ତି ତାହାର ନାମ ଆଣ୍ଟିଲିଆ। ମୁକେଶ ଅମ୍ବାନୀଙ୍କ ଘର ନାମ ଆଣ୍ଟିଲିଆ କାହିଁକି ହେଲା ତାହା ବିଷୟରେ ଅନେକ ଲୋକ ଜାଣି ନାହାନ୍ତି। କୁହାଯାଏ ଆଟଲାଣ୍ଟିକ ମହାସାଗରର ଏକ ପୌରାଣିକ ଦ୍ବୀପ ନାମରେ ମୁକେଶଙ୍କ ଘର ନାମ ଆଟଲାଣ୍ଟିକ ରଖାଯାଇଛି। ଆଣ୍ଟିଲିଆ ପର୍ତ୍ତୁଗାଲ ଶବ୍ଦ ଏଣ୍ଟେ ଇଲାହା ଶବ୍ଦରୁ ନିଆଯାଇଛି। ଯାହାର ଅର୍ଥ ‘ଫୋର ଆଇଲ୍ୟାଣ୍ଡ‘,‘ଆଇଲ୍ୟାଣ୍ଡ ଅଫ ଦ ଅଦର’ ଓ ‘ଅପୋଜିଟ ଅଫ ଆଇଲ୍ୟାଣ୍ଡ’ ହୋଇଥାଏ।
ଆଣ୍ଟିଲିଆ ବିଶ୍ୱର ସବୁଠାରୁ ମହଙ୍ଗା ଘର ମଧ୍ୟରୁ ଅନ୍ୟତମ । ଅଜସ୍ର ଅର୍ଥର ମାଲିକ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ପରିବାର ସହ ଏଠାରେ ରୁହନ୍ତି । ଆଣ୍ଟିଲିଆର ଭବ୍ୟତା ହେଉଛି ଏହାର ପରିଚୟ । ସବୁଠୁ ବଡ଼ ବିଶେଷତ୍ବ ହେଲା ଏହାର ଇଣ୍ଟେରିୟର । ୪,୦୦୦୦୦ ସ୍କୋୟାର ଫୁଟର ବିଳାସମୟ ବଙ୍ଗଳା ସାଉଥ୍ ମୁମ୍ବାଇର ଅଲଟାମାଉଣ୍ଟ ରୋଡରେ ରହିଛି । ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ତିଆରି ହୋଇଥିବା ଆଣ୍ଟିଲିଆ କୌଣସି ରାଜଉଆସର ଠାରୁ କମ ନୁହେଁ । ୨୭ ମହଲା ବିଶିଷ୍ଟ ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକା ପ୍ରାଚୁର୍ଯ୍ୟ ତଥା ଆଧୁନିକ ସ୍ଥପତିର ଏକ ପ୍ରତୀକ । ମୁକେଶଙ୍କ ଆଣ୍ଟିଲିଆ ପାଖାପାଖି ୧୫ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି । ୪ ଲକ୍ଷ ବର୍ଗଫୁଟର ଘର କେବଳ ୬ ଜଣ ଲୋକ ରହିବା ପାଇଁ ତିଆରି ହୋଇଛି । ମୁମ୍ବାଇର ସବୁଠାରୁ ମହଙ୍ଗା ସ୍ଥାନର ମଧ୍ୟଭାଗରେ ରହିଛି । ଏହାର ଏକ ପ୍ରମୁଖ ବିଶେଷତ୍ୱ ହେଲା, ଏଠାରୁ ଆରବ ସାଗରକୁ ସିଧାସଳଖ ଦେଖିହୁଏ । ଅମ୍ବାନୀ ମହଲରର ଗ୍ରାଉଣ୍ଡ ଫ୍ଲୋରରେ ରହିଛି ବିଳାସପୁର୍ଣ୍ଣ କାର ପାର୍କିଂ ବ୍ୟବସ୍ଥା, ଯେଉଁଠି ଏକସଙ୍ଗରେ ୧୭୦ ଟି ଗାଡି ପାର୍କ କରାଯାଇପାରିବ । ଏହ ସହିତ ଏଠାରେ ରହିଛି କାର୍ ସର୍ଭିସ ଷ୍ଟେସନ, ଯେଉଁଠାରେ କେବଳ ଆମ୍ବାନୀ ପରିବାରର କାର ସର୍ଭିସ ହୋଇଥାଏ । ଆଣ୍ଟିଲିଆର ଛାତ ଉପରେ ୩ ଟି ହେଲିପ୍ୟାଡ ମଧ୍ୟ ରହିଛି । ୨୦୦୬ରୁ ଆରମ୍ଭ ହୋଇ ୨୦୧୦ରେ ଆଣ୍ଟିଲିଆର ନିର୍ମାଣ ଶେଷ ହୋଇଥିଲା । ଏହି ଘରର ବାସ୍ତୁର ଦିଶା ନିର୍ଣ୍ଣୟ କରିଛନ୍ତି ଚିକାଗୋର ଏକ ଆର୍କିଟେକଚର ଫାର୍ମ ପର୍କିନ୍ସ ଏବଂ ୱେଲ । ହିର୍ସ ବେଡନର ଆସୋସିଏଟ ଦ୍ୱାରା ଇଣ୍ଟେରିୟର ଡିଜାଇନ କରାଯାଇଛି । ପ୍ରତି ମହଲାର ସ୍ୱତନ୍ତ୍ର ଥିମ ରହିଛି, ଯାହା ଭିନ୍ନ ଭିନ୍ନ ସାମଗ୍ରୀ ସହ ପ୍ରତ୍ୟେକ ସ୍ତରରେ ବ୍ୟକ୍ତିଗତ ବାତାବରଣ ସୃଷ୍ଟିକରେ । ଏହାସହ ଏହି ଘରେ ଗୋଟିଏ ମନ୍ଦିର ଓ ଅନେକ ଦେବାଦେବୀଙ୍କ ଷ୍ଟାଚ୍ୟୁ ମଧ୍ୟ ରହିଛି ।
ଆଣ୍ଟିଲିଆ ନିର୍ମାଣ ପରେ ଦେଶ ଓ ଦେଶ ବାହାରେ ଲୋକେ ଖୁବ ଚର୍ଚ୍ଚା କରିଥିଲେ। ଏମିତି କି ଅମ୍ବାନୀଙ୍କ ମହଲକୁ ଦେଖିବା ପାଇଁ ଘର ସାମ୍ନାରେ ଲୋକଙ୍କ ଭିଡ଼ ଜମୁଥିଲା । ଏବେ ବି ଅନେକ ଲୋକ ଆଣ୍ଟିଲିଆକୁ ଦେଖିବା ପାଇଁ ଭିଡ଼ ଜମାଇଥାଆନ୍ତି। ୪୯ ବେଡରୁମ ବିଶିଷ୍ଟ ଏହି ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଜ ରୁମ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଏକ ସିନେମା ହଲ୍ ରହିଛି, ଯେଉଁଠି ୫୦ ଲୋକ ଏକା ସମୟରେ ବସି ଫିଲ୍ମ ଦେଖିପାରିବେ । ଏହି ଘରେ ଏକ ୱିଣ୍ଟର ୱଣ୍ଡରଲ୍ୟାଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନୋ-ଫଲ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଣ୍ଟିଲିଆରେ ଅଛି ଏକ ଆଇସକ୍ରିମ ପାର୍ଲର । ଯିବାଆସିବା ପାଇଁ ୯ଟି ଲିଫ୍ଟ ଲାଗିଛି। ଅମ୍ବାନୀଙ୍କ ପରିବାର ଲୋକେ ଅଲଗା ଅଲଗା ଲିଫ୍ଟ ବ୍ୟବହାର କରନ୍ତି। ଆଣ୍ଟିଲିଆର ଆନୁମାନିକ ମୂଲ୍ୟ ୧୫,୦୦୦ କୋଟି । ଏତେ ବିଳାସପୂର୍ଣ୍ଣ ସତ୍ତ୍ୱେ ଆଣ୍ଟିଲିଆ ସ୍ଥିରତାର ପ୍ରତୀକ ମଧ୍ୟ । ଏହି ଆବାସର ଉର୍ଜା ବ୍ୟବହାରକୁ ହ୍ରାସ କରିବା ପାଇଁ ସୌର ପ୍ୟାନେଲ ରହିଛି ଏବଂ ପରିବେଶକୁ ଖାପଖୁଆଇଲା ଭଳି ଏହାର ଡିଜାଇନ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments