Friday, January 31, 2025
spot_imgspot_imgspot_imgspot_img
Homeରାଜନୀତିମୁଖ୍ୟମନ୍ତ୍ରୀ ପଦ ପାଇଁ ବଳି ପଡିଲେ ନବ !

ମୁଖ୍ୟମନ୍ତ୍ରୀ ପଦ ପାଇଁ ବଳି ପଡିଲେ ନବ !

ମୁଖ୍ୟମନ୍ତ୍ରୀ ପଦ ପାଇଁ ବଳି ପଡିଲେ ନବ !

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଦିନକୁ ଦିନ ସାମ୍ନାକୁ ଆସୁଛି ଅନେକ ଅନେକ ନୂଆ ତର୍କ ଓ ପ୍ରତିକ୍ରିୟା । ଆଉ ୟାରୀ ଭିତରେ ଆଉ ଗୋଟେ ବଡ କଥା ସାମ୍ନାକୁ ଆସିଛି ଯାହାକୁ ନେଇ ପୁଣି ଆଉ ଏକ ବଡ ବିବାଦ ମୁଣ୍ଡ ଟେକିଛି । ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ ଦେଇଛନ୍ତି ସାଂଘାତିକ ବୟାନ ଯାହାକୁ ନେଇ ପୁଣି ନବ ଦାସ ହତ୍ୟାକାଣ୍ଡ ଆଉ ଏକ ନୂଆ ମୋଡ ନେଇଛି । ପ୍ରଦୀପ କହିଛନ୍ତି, ନବ ଦାସ ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି। ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ର୍ପୂବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପ୍ରକୃତ ଷଡ଼ଯନ୍ତ୍ରକାରୀ କିଏ ? ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କର ଚାଞ୍ଚଲ୍ୟକର ବୟାନ ପରେ ବିଜେଡି ରାଜନେତାଙ୍କ ଛତିରେ ଛନକା ପଶିଛି କାଳେ ସତ୍ୟ କଣ ସେମାଙ୍କୁ ଆସିବ ସେଥିରେ ଭୟଭୀତ ହୋଇଗଲେଣି ନେତା ମାନେ । ସେ ସିଧା ସିଧା କହିଛନ୍ତି ନବୀନ ପଟ୍ଟନାୟକଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ ସେ ହିଁ ହତ୍ୟାକାରୀ । ତଦନ୍ତ କରି ମୁଖ୍ୟ ଖଳନାୟକଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି । ନବଙ୍କ ହତ୍ୟାକାଣ୍ଡରେ ଗୋପାଳକୁ ମୋହରା ବନା ଯାଇଥିବା କହିଛନ୍ତି ପ୍ରଦୀପ । ପୂର୍ବରୁ ଦୀପାଲି ଦାସ କାହିଁକି ଚୁପ ଥିଲେ ? କାହିଁକି ସିବିଆଇ ତଦନ୍ତ ପାଇଁ ଦାବି କରି ନଥିଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ନବଙ୍କ ପରିବାର ନିରବ ରହିଲେ। କ୍ଷମତା ଲୋଭ, ସଂପତ୍ତି ସୁରକ୍ଷା ପାଇଁ ତଦନ୍ତ ଠିକ ହେଉଥିବା କହିଲେ। ତେଣୁ ନବ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ ଏବଂ ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର ବୋଲି ପ୍ରଦୀପ କହିଛନ୍ତି। ଆଉ ଏବେ ସବୁଠାରୁ ବଡ କଥା ହେଉଛି ଯଦି ସେମିତି କିଛି ହେଇଥାଏ ତେବେ କିଏ ସେହି ବ୍ୟକ୍ତି ଯିଏ ନବଙ୍କୁ ହତ୍ୟା କରିଛନ୍ତି । ଦେଖିବାକୁ ବାକି ରହିଲା କିଏ ସେହି ଅପରାଧୀ ?

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments