ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ନେଇ ସିଂହଦ୍ୱାର ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା। ଭକ୍ତ ଓ ସେବାୟତ ହାତହାତି ହୋଇଛନ୍ତି। ସବୁଠୁ କୌତୁହଳର ବିଷୟ ହେଉଛି ଏହି ଗଣ୍ଡଗୋଳ ସମୟରେ ସେଠାରେ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ। ହେଲେ ଏଥିରେ ହସ୍ତକ୍ଷେପ କରିପାରି ନ ଥିଲେ। ଜଣେ ଦର୍ଶକ ଭାବେ ଗଣ୍ଡଗୋଳକୁ ଚାହିଁ ରହିଥିଲେ। ବାସ୍ତବରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଥିଲା। ପୋଲିସ ଦଫା ଦଫା କରି ଭକ୍ତଙ୍କୁ ଭିତରକୁ ଛାଡୁଥିଲା। ନୀତି ସମୟରେ ଦର୍ଶନ ବନ୍ଦ ବେଳେ ଭକ୍ତଙ୍କୁ ବାହାରେ ଅଟକାଇଥିଲା ପୁଲିସ। ଫଳରେ ସିଂହଦ୍ୱାର ସମ୍ମୁଖରେ ଲମ୍ବା ଧାଡି ଲାଗିଥିଲା। ହେଲେ ଏହି ସମୟରେ ସେବାୟତ ସେମାନଙ୍କ ଯାତ୍ରୀଙ୍କୁ ସିଂହଦ୍ୱାର ସମ୍ମୁଖ ବାଟ ଦେଇ ଭିତରକୁ ନେଉଥିଲେ। କିଛି ଭକ୍ତ ସେମାନଙ୍କ ପଛରେ ସେହି ବାଟ ଦେଇ ଯିବାକୁ ଉଦ୍ୟମ କରିଥିଲେ। ଏହାକୁ ଜଣେ ସେବାୟତ ବିରୋଧ କରିଥିଲେ। ଭିତରକୁ ଯାଉଥିବା ଅନ୍ୟ ଭକ୍ତଙ୍କୁ ଅଟକାଇଥିଲେ। ଫଳରେ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ଆମେ କାହିଁକି ଯିବୁ ନାହିଁ ବୋଲି କହିଥିଲେ। ଏହାକୁ ନେଇ ସେବାୟତ ଏବଂ ସମ୍ପୃକ୍ତ ଭକ୍ତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ସେଠାରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଏହିଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଗଣ୍ଡଗୋଳ ବେଳେ ସୁରକ୍ଷା କର୍ମୀ ଅସହାୟ ଭାବେ ଦର୍ଶକ ସାଜିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନେ ହସ୍ତକ୍ଷେପ କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।
ପୁରୀରେ ପୁଣି ଭକ୍ତ ଓ ସେବାୟତ ହାତାହାତି
ପୁରୀରେ ପୁଣି ଭକ୍ତ ଓ ସେବାୟତ ହାତାହାତି
RELATED ARTICLES