Friday, January 31, 2025
spot_imgspot_imgspot_imgspot_img
Homeରାଜନୀତିନଭେମ୍ବରରେ ୨ଥର ମିଳିବ ସୁଭଦ୍ରା ଟଙ୍କା !

ନଭେମ୍ବରରେ ୨ଥର ମିଳିବ ସୁଭଦ୍ରା ଟଙ୍କା !

ନଭେମ୍ବରରେ 2 ଥର ମିଳିବ ସୁଭଦ୍ରା ଟଙ୍କା !
ନଭେମ୍ବର ମାସରେ ପୁଣି ମିଳିବ ସୁଭଦ୍ରା ଟଙ୍କା
ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଦେବା ଲାଗି ସଜବାଜ

ସୁଭଦ୍ରା ଯୋଜନାକୁ ନେଇ ଲୋକଙ୍କ ଦ୍ବନ୍ଦ୍ବ ଦୂର କରିଛନ୍ତି ସରକାର । ଏଣିକି ପ୍ରାୟ ସମସ୍ତଙ୍କୁ ମିଳିବ ସୁଭଦ୍ରା ଅର୍ଥ ରାଶି । ତାଲିକାରୁ ବାଦ ପଡିଥିବା ମହିଳା ମଧ୍ୟ ପୁଣି ସାମିଲ ହେବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିବା । ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସ୍ପଷ୍ଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନାକୁ ନେଇ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଅଯୋଗ୍ୟ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ପୁନଃ ଯାଞ୍ଚ ପାଇଁ ମୋହର ମାରଛନ୍ତି ସରକାର । ଏଥିପାଇଁ ନୋଡାଲ ଏଜେନ୍ସି ଗଠନ ହୋଇଛି । ଅନ୍ୟପଟେ ନଭେମ୍ବର ଓ ଡିସେମ୍ବରରେ ପର୍ଯ୍ୟାୟ କ୍ରମେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସ୍ପଷ୍ଟ କରିଛନ୍ତି ସରକାର । ଆବେଦନ କରିଥିବା ମହିଳାଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତଙ୍କୁ ଏହି ଯୋଜନାର ମିଳିବ ଲାଭ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ମିଳିଛି ପ୍ରଥମ କିସ୍ତିର ଟଙ୍କା । ନୂଆ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ସହ ଅଯୋଗ୍ୟ ଆବେଦନକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ଯୋଡିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବିଭିନ୍ନ କାରଣରୁ ବାଦ୍ ପଡିଥିବା ଅଯୋଗ୍ୟ ଆବେଦନକାରୀଙ୍କ ଆବେଦନକୁ ପୁଣିଥରେ ତଜର୍ମା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଅନ୍ୟପଟେ ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ୨ଟି କିସ୍ତିରେ ୫୦ ହଜାର ଦେବାକୁ କହି ମାସକୁ ୮୨୬ ଟଙ୍କା ଦେଉଥିବାରୁ ଏହାର ଜବାବ ମହିଳା ଦେବେ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ନ ମିଳିବା ଯାଏଁ ଆବେଦନ କରିପାରିବେ ମହିଳା । ନୂଆ ଗାଇଡଲାଇନ ଆସିବା ପରେ ଆବେଦନ ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments